ବୈତରଣୀରୋଡ଼ ବଜାରରୁ ଚୋରି 

ବୈତରଣୀରୋଡ଼ ବଜାରରୁ ଚୋରି 

ବୈତରଣୀରୋଡ : କୋରେଇ ଥାନା ବୈତରଣୀ ରୋଡ ବଜାରର ଭବଗତି ଭେରାଟି ଷ୍ଟୋର ଓ ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଛି । ଏନେଇ ଥାନାରେ ଅଭିଯୋଗ ପରେ ପୁଲସ୍ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । ଖବର ମତେ ଗତକାଲି ମଧ୍ୟରାତ୍ରରେ ଭବଗତି ଭେରାଟିଷ୍ଟୋରର ସଟର ଭାଙ୍ଗି କିଛି ନଗଦ ଟଙ୍କା ସହିତ ମୂଲ୍ୟବାନ ଜିନିଷ ନେଇଯାଇଥିବା ବେଳେ ବିଦେଶୀ ମଦ ଦୋକାନର ପଛପାଖ ସଟର ଓ ଗ୍ରୀଲଭାଙ୍ଗି ନଗଦ ଟଙ୍କା ସହିତ କିଛି ଦାମିଦାମି ମଦସହ କମ୍ପୁ୍ୟଟରର ହାର୍ଡଡ଼ିସ୍କୁ ନେଇଯାଇଥିବା ଥାନାରେ ଅଭିଯୋଗ ହୋଇଛି । ଏଭଳି ବାରମ୍ବବାର ଚୋରୀ ହେଉଥିବା ବେଳେ କୋରେଇ ପୁଲିସ୍ କେବଳ ଲୋକଦେଖାଣିଆ ଦୋକାନ ଦୋକାନ ବୁଲି ସିସିଟିଭି ଯାଂଚ କରୁଥିବା ସାଧାରଣରେ ଆଲୋଚନା ହେଉଛି । ଚୋରକୁ ଧରିବାରେ ବିଫଳ ପୁଲିସ୍ଙ୍କ ଉପରୁ ସାଧାରଣ ଜନତାଙ୍କ ଆସ୍ଥା ତୁଟିବାରେ ଲାଗିଛି ।