ଫାଶୀ ଦିବସ ପାଳିତ

 ବ୍ୟାସନଗର: ଭଗତ ସିଂ ସ୍ମୃତି ସଂସଦ ପକ୍ଷରୁ ଶହୀଦ ଭଗତ ସିଂହଙ୍କ ଫାଶୀ ଦିବସ ପାଳିତ ହୋଇଛି । ସଂସଦର ସଭାପତି ପ୍ରଫୁଲ୍ଲ ନାୟକଙ୍କ ସଭାପତିତ୍ୱରେ ଭଗତ ସିଂ ଓ ଯୁବ ଶକ୍ତି ଶୀର୍ଷକ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା । ଆଲୋଚନା ସଭାରେ ଆଇନିଜୀବୀ ଗୋକୁଳାନନ୍ଦ ମହାନ୍ତି, ଶିକ୍ଷକ ନେତା ଦୁଷ୍ମନ୍ତ କୁମାର ନାୟକ, ଜିଲ୍ଲା ଟ୍ୟାକ୍ସବାର ଆସୋସିଏସନର ସଭାପତି ବିବେକାନନ୍ଦ ମହାନ୍ତି, ପୂର୍ବତନ ନଗରପାଳିକା ସବିତା ରାଉତ, ବ୍ୟାସନଗର କଲେଜର ପୂର୍ବତନ ଅଧ୍ୟକ୍ଷ କୁଶଚନ୍ଦ୍ର ପ୍ରଧାନ, ଆମ୍ବେଦକର ସ୍ମୃତି ସଂସଦର ସମ୍ପାଦକ ବାବୁଲାଲ ଗୁରୁ, ଶିକ୍ଷାବିତ ଅଶ୍ୱିନ ଦାସ, ପ୍ରଧାନ ଶିକ୍ଷୟତ୍ରୀ ମିନତୀ ସିଂ ସାମ୍ବାଦିକ ପବିତ୍ର ରଞ୍ଜନ ମହାନ୍ତି ପ୍ରମୁଖ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ଉପସ୍ଥାପନା କରିଥିଲେ ।  ସଂସଦର ସମ୍ପାଦକ ବିକାଶ ଦାସ ସମ୍ପାଦକୀୟ ବିବରଣୀ ପାଠ, ତ୍ରିଲୋଚନ ରାଉତ ଧନ୍ୟବାଦ  ପ୍ରଦାନ କରିଥିଲେ । ବକ୍ତୃତା, ସଂଗୀତ, ନୃତ୍ୟ, କୁଇଜ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ଚନ୍ଦନ ଦାସ, ସୌମ୍ୟରଞ୍ଜନ ପଳେଇ, ଦିବ୍ୟାନି ପ୍ରିୟଦର୍ଶିନୀ, ସୁମନ ପାତ୍ର, ପ୍ରିୟାଂଶି ପ୍ରିୟଦର୍ଶିନୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମରେ ସନ୍ତୋଷ ବରାଳ, ମନ୍ମଥ ରାୟ, ପାନୀ କିସ୍କୁ, ମାଳତୀ ହାଁସଦା ଓ ରାଜେନ୍ଦ୍ର ସ୍ୱାଇଁ ପ୍ରଦୀପ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ ।