ଶିକ୍ଷକ ସଂଘର ଦରମା ଦାବି
ନୂଆପଡା: ରାଜ୍ୟରେ ଅଠର ହଜାର ପାଞ୍ଚଶହ ବାର ଜଣ ଗଣ ଶିକ୍ଷକ ୧.୦୩.୨୦୧୭ ମସିହାଠାରୁ ନିୟମିତ ଶିକ୍ଷକ ଭାବରେ ମାନ୍ୟତା ପାଇଛନ୍ତି କିନ୍ତୁ ସେମାନଙ୍କୁ ଟ୍ରେଜାରୀ ମକ୍ଷଧ୍ୟମରେ ଦରମା ନଦେଇ ସର୍ବଶିକ୍ଷ୍ୟା ଅଭିଯାନର ଟଙ୍କା ଓସେପାରୁ ଆଗରୁ ଆଇଏଫଏମ୍ଏସ୍ ଓ ବର୍ତ୍ତମାନ ଡିଜି ଗଭଟ ମକ୍ଷଧ୍ୟମରେ ଓଡିଶା ସରକାର ଦରମା ଦେଉଛନ୍ତି । ଜଣେ ସରକାରୀ କର୍ମଚାରୀଙ୍କୁ ଟ୍ରେଜେରୀ ମାଧ୍ୟମରେ ଦରମା ଦେବା ନିୟମ ଥିବାବେଳେ ଗଣଶିକ୍ଷକ ମାନଙ୍କୁ ଏକ୍ସ କ୍ୟାଡ଼ର ରେ ନିୟମିତ କରି ସମଗ୍ର ଶିକ୍ଷା ଅଭିଯାନ ଫଣ୍ଡରୁ ଡିଜି ଗବଟରେ ଦରମା ଦିଆଯାଉଛି ଯାହାଫଳରେ ପ୍ରତିମାସରେ ନିୟମିତ ଦରମା ମିଳିପାରୁନାହିଁ । ରାଜ୍ୟ ଏକ୍ସ କ୍ୟାଡ଼ର ମହାସଂଘ କର୍ମକର୍ତ୍ତା ବିଭୀଗୀୟ ମନ୍ତ୍ରୀ, ସଚିବଙ୍କ ସହିତ ସମସ୍ୟାର ସମାଧାନ ପାଇଁ ଅନେକ ଥର ଆଲୋଚନା କରିଛନ୍ତି କିନ୍ତୁ ସମାଧାନ ହୋଇପାରୁନାହିଁ ବଲାଙ୍ଗିର ଜିଲ୍ଳାରେ ଜଣେ ଏକ୍ସ କ୍ୟାଡ଼ର ଶିକ୍ଷକ ଡିସେମ୍ବର ମାସରୁ ଦରମା ନପାଇରୁ ପରିବାର ପ୍ରତିପୋଷଣ କରିବାରେ ଆର୍ଥିକ ସଙ୍କଟ ଥିବାରୁ ଗୋଟିଏ ଦିନ ଛୁଟି ନେଇ ଲେବର କାମ କରିବାକୁ ବାଧ୍ୟ୍ୟ ହେଇଛନ୍ତି ଏ ଭଳି ବିଭିନ୍ନ ଜିଲ୍ଲରେ ଏକ୍ସ କ୍ୟାଡ଼ର ଶିକ୍ଷକମାନେ ଡିସେମ୍ବର ମାସରୁ ଦରମା ପାଇନାହାନ୍ତି । ଏଣୁ ଏହାର ଉଚିତ ସମାଧାନ ପାଇଁ ସମସ୍ତ ଏକ୍ସ କ୍ୟାଡ଼ର ଶିକ୍ଷକ ମାନଙ୍କୁ କ୍ୟାଡ଼ର ଭୁକ୍ତ କରି ସମଗ୍ର ଶିକ୍ଷ୍ୟାରେ କରାଯାଇଥିବା ଡେପୁଟେସନ ବାତିଲକରୀ ଟ୍ରେଜାରୀ ମଧ୍ୟରେ ଦରମାଦେବାକୁ ମହାସଂଘର କାର୍ଯ୍ୟକାରୀ ସଭାପତି ଅଲେଖ ସାହୁ ସରକକ୍ଷରଙ୍କଠାରେ ଦାବୀ କରିଛନ୍ତି ।