ଇମ୍ଫାରେ ପରିବେଶ ଦିବସ ପାଳିତ

 ଟାଙ୍ଗୀ ଚୌଦ୍ୱାର : ଇମ୍ଫା ଶିଳ୍ପ ଗୋଷ୍ଠୀ ଦ୍ୱାରା ବିଶ୍ୱ ପରିବେଶ ଦିବସକୁ ମାସ ତମାମ ପାଳନ କରାଯାଇଛି । ଏହି ଅବସରରେ ଏକାଧିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଯେଉଁଥିରେ ଶିଳ୍ପ କର୍ମଚାରୀ ଏବଂ ଶ୍ରମିକଙ୍କ ମଧ୍ୟରେ ପରିବେଶ ସଚେତନତା ବୃଦ୍ଧି ପାଇଁ ବିଭିନ୍ନ ପ୍ରତିଯୋଗିତା ଏବଂ ପ୍ରଶିକ୍ଷଣଚକ୍ର ଆୟୋଜିତ ହୋଇଛି । ଉତ୍ସବର ଅନ୍ତର୍ଭୁକ୍ତ କାର୍ଯ୍ୟକ୍ରମ ମଧ୍ୟରେ "ବାୟୁ ପ୍ରଦୂଷଣ’ ବିଷୟରେ ଏକ ଆଲୋଚନାଚକ୍ର, ଶ୍ରମିକମାନଙ୍କ ପାଇଁ "ମୋ କାର୍ଯ୍ୟକ୍ଷେତ୍ର ଏବଂ ମୁଁ’ ବକ୍ତବ୍ୟ ପ୍ରତିଯୋଗିତା, ପାନୀୟ ଜଳ ପ୍ରଶିକ୍ଷଣ, ପ୍ରଶ୍ନ ଓ ଉତ୍ତର ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ଥିଲା ଏବଂ ବିଜେତାଙ୍କୁ ପୁରସ୍କୃତ କରଯାଇଥିଲା । ମୁଖ୍ୟଅତିଥି ପ୍ଲାଣ୍ଟ ପରିଚାଳନା ମୁଖ୍ୟ ଲଲାଟ କିଶୋର ମହାପାତ୍ର କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ । ତାଙ୍କ ନେତୃତ୍ୱରେ, ପ୍ଲାଷ୍ଟିକ୍ ଉପରେ ଏକ ଗଭୀର ଅଭିଭାଷଣ ଦିଆଯାଇଥିଲା । ଇମ୍ଫା କର୍ମଚାରୀଙ୍କ ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ ହୋଇଥିଲା । କ