ଚୋରି ସାମଗ୍ରୀ ଜବତ, ୩ ଗିରଫ
ନୀଳଗିରି : ଜଣେ ଚାଷୀଙ୍କ ଘରୁ ଏକ ସମର ସେବୁଲ ମେସିନ୍, ଷ୍ଟାଟର ଏବଂ ଇଲେକ୍ଟ୍ରି ତାର ଚୋରି ହୋଇଥିବା ନେଇ ବରହମପୁର ଥାନା କଳାକାଦ ଗ୍ରାମର ସୁଶାନ୍ତ ବେହେରା ବରହମପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ଆଇଆଇସି ପ୍ରେମଦା ନାୟକ ଏକ ପୁଲିସ ଟିମ ଗଠନକରି ଗରଡ଼ିହି ପଞ୍ଚାୟତ ବନ୍ଧସାହି ଗ୍ରାମର ଡୁମା ଓରଫ ଅଜୟ ସିଂ, ମୋଥାଇ ଓରଫ ଲାଲମୋହନ ସିଂ ଏବଂ ରତିକାନ୍ତ ସିଂକୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ସମସ୍ତ ଚୋରି ସାମଗ୍ରୀ ଜବତ କରିଛି ।