୭୮ ବର୍ଷ ପରେ ବି ହୋଇପାରୁନି ଭୂ-ବନେ୍ଦାବସ୍ତ : କେବେ ମିଳିବ ଆସିକାବାସୀଙ୍କୁ ଘର ପଟ୍ଟା?
ଆସିକା: ଦେଶ ସ୍ୱାଧୀନତା ର ୭୮ ବର୍ଷ ହୋଇଥିଲେ ମଧ୍ୟ ଦେଶର ସର୍ବ ପୁରାତନ ସଂସଦୀୟ ନିର୍ବାଚନ ମଣ୍ଡଳୀର ଆସିକା ସହରବାସୀଙ୍କୁ ମିଳୁନି ଘର ପଟ୍ଟା । ଏହି ସହରର ଭୁ - ବନେ୍ଦାବସ୍ତ ନହେବା କାରଣରୁ ବସବାସ କରୁଥିବା ଲୋକ ମାନଙ୍କ ମୌଳିକ ସମସ୍ୟା ହେଉଛି ଘରର ପଟ୍ଟା । ପିଲାମାନଙ୍କ ପାଠପଢା ନିମନ୍ତେ ଆବଶ୍ୟକ ହେଉଛି ମୂଳ ବାସିନ୍ଦା ପ୍ରମାଣ ପତ୍ର । ହେଲେ ଭୁ ବନେ୍ଦାବସ୍ତ ନହେବାରୁ ପିଲାମାନେ ଏହି ସୁଭିଧାରୁ ବଞ୍ଚôତ । ଘର ରଖି ଋଣ ପାଇଁ ବ୍ୟାଙ୍କ ଦୌଡିଲେ ୧ ଲକ୍ଷ ଟଙ୍କାର ଋଣ ମିଳୁନାହିଁ । ଝିଅ ବାହାଘର ନିମନ୍ତେ ଘର ବିକ୍ରି କରି କନ୍ୟାଦାନ କରୁଥିବା ଘର ମୁଖିଆ ଘର ପଟ୍ଟା ନଥିବାରୁ ବିକ୍ରି ବଟା କରିପାରୁନାହାଁନ୍ତି । ଏହି ସହରରେ ବଡ଼ ବଡ଼ ନେତା, ମନ୍ତ୍ରୀ,ସାଂସଦ ନିର୍ବାଚିତ ହେଉଥିଲେ ମଧ୍ୟ ଭୁ ବନେ୍ଦାବସ୍ତ କରିବା ନିମନ୍ତେ ସତେ ଯେପରି କାହାରି ଆନ୍ତରିକତା ନଥିଲା ଭଳି ମାନେ ହେଉଛି । ବହୁତ ଥର ନିର୍ବାଚିତ ବିଧାୟକ ମାନେ ବିଧାନସଭାରେ ପ୍ରଶ୍ନ ପଚାରିଥିଲେ ମଧ୍ୟ ଗୃହରେ ଏଥି ପ୍ରତି ଦୃଷ୍ଟି ଦିଆଯିବ ବୋଲି ବିଭାଗୀୟ ମନ୍ତ୍ରୀ ଉତ୍ତର ଦେଇ ଚୁପ ହୋଇ ରାହିଛନ୍ତି । ପ୍ରକାଶ ଥାଉକି ସ୍ୱାଧୀନତା ପୂର୍ବରୁ ଆସିକା ସହର ମୋଟ ପ୍ରାୟ ୮୯ ଏକର ୯୧୦ ଡେସିମିଲ ଜାଗାକୁ ପାଞ୍ଚ ଗୋଟି ମୌଜାରେ ଭାଗ ହୋଇ ତହସିଲ ରେକାର୍ଡରେ ରହିଛି । ପ୍ରଥମେ ନରସିଂହ ପଲ୍ଲୀ ମୌଜାରେ ଖାତା ନମ୍ବର ୧୫୫ ପ୍ଲଟ ନମ୍ବର ୮୦ ଅନୁସାରେ ୦୨ ଏକର ୭୯୦ ଡେସିମିଲ ଜାଗା ରେ ପୁଡ଼ୁଗେଶ୍ୱେର ପଲ୍ଲୀ, ରଘୁନାଥ ନଗର ରହିଛି । ଦ୍ୱିତୀୟରେ ଖମ୍ବେଶ୍ୱରୀ ପାଟଣା ମୌଜା ଖାତା ନମ୍ବର ୫୭, ପ୍ଲଟ ନମ୍ବର ୨୩୦ ଅନୁସାରେ ୩୬ ଏକର ୧୧୦ ଡେ. ସି ମିଲ ଜାଗାରେ ଖମ୍ବେଶ୍ୱରୀ ପାଟଣା, ଥାନା ଏବଂ କୋର୍ଟ ରୋଡ, କୁମ୍ଭାର ସାହି, ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଛକ ପର୍ଯ୍ୟନ୍ତ ସୀମା ରହିଛି । ତୃତୀୟରେ ଆସ୍କା ମୌଜାରେ ଖାତା ନମ୍ବର ୯୩, ପ୍ଲଟ ନମ୍ବର ୩୦୪ ଅନୁସାରେ ୫୫ ଏକର ୮୨୦ ଡେସି.ମିଲ ସୀମା ମଧ୍ୟରେ ବଜାର ସାହି, ନିରଞ୍ଜନନଗର, ହରିଜନ ସାହି, ତୁଳାଭିଣକ୍ଷ ସାହି, ଅର୍ବାନ ବ୍ୟାଙ୍କ ରୋଡ, ଜୋକବନ୍ଧ ଅଞ୍ଚଳ, ରେଡ଼ିକା ଏବଂ ପଲିଆ ସାହି ଗାୟତ୍ରୀ ନଗର ଆଦି ଅଞ୍ଚÿଳ ରହିଛି । ଚତୁର୍ଥ ମୌଜାରେ ସୁନାମ୍ବ ଅଞ୍ଚଳରେ ଖାତା ନମ୍ବର ୨୪୦,ପ୍ଲଟ ନମ୍ବର ୨୮୮ ରେ ୦୧ ଏକର ୩୨୦ ଡେସି.ମିଲ ସୀମା ମଧ୍ୟରେ ସୁନାମ୍ବ ସାହି, ବ୍ରାହ୍ମଣ ସାହି, ନୋଳିଆ ସାହି, ଓଡିଶା ସାହି, ରଥଦାଣ୍ଡ ସାହି, ନୃସିଂହ ମନ୍ଦିର ସାହି, ଗଣ୍ଡ ପଲ୍ଲୀ, ଆଦି ଅଞ୍ଚଳ ରହିଛି । ପଞ୍ଚମ ମୌଜାରେ ପାକଲାପଲ୍ଲୀ ଅଞ୍ଚÿଳ ପ୍ଲଟ ନମ୍ବର ୦୭ ଏବଂ ଖାତା ନମ୍ବର ୧୦୫ ରେ ୦୨ ଏକର ୮୭୦ ଡେସି ମିଲ ସୀମା ମଧ୍ୟରେ ପାକଲାପଲ୍ଲୀ ଅଞ୍ଚÿଳ ରହିଛି । ସମୁଦାୟ ୫ ମୌଜା ଅଞ୍ଚÿଳରେ ୮୯ ଏକର ୯୧୦ ଡେସି ମିଲ ବ୍ୟାସାର୍ଦ୍ଧ ମଧ୍ୟରେ ଆସିକା ବିଜ୍ଞାପିତ ଅଞ୍ଚଳର ୧୮ ଗୋଟି ୱାର୍ଡରେ ମୋଟା ମୋଟି ୨୦ ହଜାରରୁ ଉର୍ଦ୍ଧ ଜନସାଧାରଣ ବସ ବାସ କରୁଛନ୍ତି । ଆସିକାକୁ ଭୁ ବନେ୍ଦାବସ୍ତ କରିବା ଦିଗରେ ଅନେକ ସମୟରେ ପ୍ରତିବାଦ କରାଯାଇଥିଲେ ମଧ୍ୟ ସରକାର ଜାଣି ଶୁଣି ତୁନି ହୋଇ ରହିଥିବା ଦେଖାଦେଇଛି । ବିଶେଷ ସୂତ୍ରରୁ ଖବର ଅନୁସାରେ ଆସିକାର ଦୁଇ ଗୋଟି ୱାର୍ଡରେ ହାଇଟେକ ସର୍ଭେ ସରିଥିବା ଶୁଣିବାକୁ ମିଳୁଛି । ଆସିକା ଏନ୍ଏସିର ୱାର୍ଡ ନମ୍ବର ୧୬ ର ଲଛମନପଲ୍ଲୀ ଓ ୱାର୍ଡ ନମ୍ବର ୧୮ ର ପାକଲାପଲ୍ଲୀ ଏଥିରେ ସାମିଲ ହୋଇଛି । କିନ୍ତୁ ଏହାର ସମ୍ପର୍ଣ୍ଣ ପକ୍ରିୟା ଶେଷ ହୋଇନାହିଁ । କିମ୍ବା କୌଣସି ହିତାଧିକାରୀଙ୍କୁ ପଟ୍ଟା ପ୍ରଦାନ କରାଯାଇନାହିଁ କ୍ଷ ଗତ ଜୁନ ମାସରେ ସ୍ଥାନୀୟ ବିଧାୟକ ଗଞ୍ଜାମ ଜିଲ୍ଲାପାଳଙ୍କୁ ଭେଟି ଆସିକା ଭୁ ବନେ୍ଦାବସ୍ତ ଉପରେ ଆଲୋଚନା କରିଥିଲେ । ବର୍ତ୍ତମାନର ଜିଲ୍ଲାପାଳ ୫୦-୬୦ ଦିନ ସମୟ ମଧ୍ୟରେ ପ୍ରଦାନ କରିବାକୁ ପ୍ରସ୍ତାବ ପହଞ୍ଚିଥିଲାା ଏହାପରେ ଗତ ଜୁଲାଇ ମାସରେ ଚଳିତ ବିଧାନସଭାରେ ଆସିକାର ମାନ୍ୟବର ବିଧାୟକ ସରୋଜ ପାଢ଼ୀ ଭୁ ବନେ୍ଦାବସ୍ତ ଶୀଘ୍ର କରିବାକୁ ପ୍ରଶ୍ନ କରିଥିଲେ । ବିଭାଗୀୟ ମନ୍ତ୍ରୀ ଗଞ୍ଜାମ ଜିଲ୍ଲା ଗ୍ରସ୍ତରେ ଆସି ଆସିକାରେ ତୁରନ୍ତ ଭୁ ବନେ୍ଦାବସ୍ତ କାର୍ଯ୍ୟ ଆରମ୍ଭ ପାଇଁ ନିଦେ୍ର୍ଦଶ ପ୍ରଦାନ କାଟିଥିଲେ । ତଥାପି କୌଣସି ଆସିକା ସହରବାସୀ ଉପକୃତ ହୋଇପାରିନାହାନ୍ତି । ରାଜ୍ୟ ସରକାର ଆସିକାର ଭୁ ବନେ୍ଦାବସ୍ତ କରିବା ପକ୍ରିୟା ଶୀଘ୍ର ତ୍ୱରାନ୍ୱିତ କରିବାକୁ ଜନ ସାଧାରଣ ଦାବୀ କରିଛନ୍ତି ।