ଝୁଲନ୍ତା ଅବସ୍ଥାରେ ଫାଇନାନ୍ସ କର୍ମଚାରୀଙ୍କ ମୃତଦେହ ଉଦ୍ଧାର
ଧର୍ମଶାଳା: ଧର୍ମଶାଳା ଥାନା ନେଉଳପୁର ପଂଚାୟତ ଚଣ୍ଡିଖୋଲ ନିକଟରେ ଭଡା ଘରେ ରହୁଥିବା ଜଣେ ଫାଇନାନ୍ସ କମ୍ପାନୀର କର୍ମଚାରୀ ବେକରେ ରଶି ଲଗାଇ ଅତ୍ମହତ୍ୟା କରିଥିବା ଜଣାଯାଇଛି । ସୂଚନା ଅନୁଯାୟୀ କଟକ ଜିଲ୍ଲା ଗୋବିନ୍ଦପୁର ଥାନା କନ୍ଦଳ ଗ୍ରାମର ମହେଶ୍ୱର ମହାରଣାଙ୍କ ପୁଅ ରାକେଶ ମହାରଣା (୩୧) ଚଣ୍ଡିଖୋଲସ୍ଥିତ ମୁଠୁତ ମାଇକ୍ରୋ ଫାଇନାସ କମ୍ପାନୀ ରେ କ୍ରେଡିଟ ଫାଇନାନ୍ସ ମ୍ୟାନେଜର ଭାବେ ଦେଢ଼ ବର୍ଷ ହେବ କାମ କରୁଥିଲେ ଓ ଚଣ୍ଡିଖୋଲ ନିକଟ ଏକ ଭଡ଼ା ଘର ନେଇ ଅନ୍ୟ ଦୁଇ ଜଣ କର୍ମଚାରୀଙ୍କ ସହ ରହୁଥିଲେ । ସେଠାରେ ରହୁଥିବା ଅନ୍ୟ ଦୁଇ ଜଣ କର୍ମଚାରୀ ଗତକାଲି ରାତି ୯ଟା ସମୟରେ ବସା ଘରକୁ ଫେରି ଭିତର ପଟୁ ବନ୍ଦଥିବା କବାଟ ଖୋଲିବା ପାଇଁ ଡାକିଲା ପରେ କବାଟ ନଖୋଲିଲାରୁ ତାଙ୍କର ସନେ୍ଦହ ହୋଇଥିଲା । ସେମାନେ ତୁରନ୍ତ ଧର୍ମଶାଳା ପୁଲିସକୁ ଏସମ୍ପର୍କରେ ଅବଗତ କରିଥିଲେ ଖବର ପାଇ ପୁଲିସ ଆସି ଘରର କବାଟ ଭାଙ୍ଗି ଘରେ ପ୍ରବେଶ କରିବା ବେଳେ ରାକେଶ ଫ୍ୟାନରେ ରାଶି ଲଗାଇ ଝୁଲିପଡିଥିବା ଦେଖିବାକୁ ପାଇଥିଲେ । ପରେ ରସି କାଟି ତାଙ୍କୁ ତଳକୁ ଓହ୍ଲାଇ ମେଡିକାଲ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ରାକେଶ ଗତ ଦେଡ ବର୍ଷ ହେଲା ଚଣ୍ଡିଖୋଲସ୍ଥିତ ମୁଠୁତ ଫାଇନାନ୍ସ କମ୍ପାନୀରେ କାମ କରିଆସୁଥିବା ବେଳେ ସହ କର୍ମୀମାନଙ୍କ ସହିତ ତାଙ୍କର ଭଲ ସମ୍ପର୍କ ରହିଥିଲା ବୋଲି ଫାଇନାନ୍ସ କମ୍ପାନୀର ମ୍ୟାନେଜର ସୂଚନା ଦେଇଥିବା ବେଳେ ଘରେ ତାଙ୍କର ସମସ୍ତଙ୍କ ସହିତ ଭଲ ସମ୍ପର୍କ ରହିଥିଲା । ତେବେ ସେ କଣ ପାଇଁ ଏଭଳି ଚରମ ନିଷ୍ପତି ନେଲେ ତାହା ସ୍ପଷ୍ଟ ହୋଇ ପାରିନାହିଁ । ଖବର ପାଇ ପରିବାର ଲୋକେ ଏସମ୍ପର୍କରେ ଥାନାରେ ଜଣାଇବା ପରେ ପୁଲିସ ୨୪ନଂ ରେ ଏକ ଅପମୃତୁ୍ୟ ମାମଲା ରୁଜୁ କରିବା ସହ ଶବ ଜବତ କରି ବ୍ୟବଛେଦ ଲାଗି ପଠାଇ ଘଟଣାର ତଦନ୍ତ ଚଳାଇଛି ବୋଲି ଥାନା ଅଧିକାରୀ ରଞ୍ଜନ କୁମାର ମାଝି ସୂଚନା ଦେଇ କହିଛନ୍ତି ।