ଏଲ୍ଏସ୍ପି ସଂଘର କର୍ମକର୍ତ୍ତା ଚୟନ: ତପନ ହିଆଲ ସଭାପତି, ମାଧବ ସମ୍ପାଦକ 

 କୋରାପୁଟ : କୋରାପୁଟ ଜିଲ୍ଲାରେ ରହିଥିବା ୧୪ଟି ବ୍ଲକରେ ଓଡ଼ିଶା ଜିବିକା ମିଶନ ଅଧିନରେ ୨୭ଗୋଟି ଜୀବିକା ସହାୟିକା ବା ଏଲ୍ଏସ୍ପି ଭାବେ ୬ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି କାର୍ଯ୍ୟ କରି ଆସୁଛନ୍ତି । ତେବେ ଦୀର୍ଘ ବର୍ଷ ପରେ ଜିଲ୍ଲାର ଦଳକୁ ମଜବୁତ କରିବା ନିମନ୍ତେ ପ୍ରଥମ ବୈଠକରେ ଜିଲ୍ଲା ଏଲ୍ଏସ୍ପି ନୂତନ ସଂଘ କରିବା ଲାଗି ପ୍ରସ୍ତାବ ଉଠିଥିବାବେଳେ ଏକ ମାସ ପରେ ସମସ୍ତ ବ୍ଲକର ଏଲ୍ଏସ୍ପିମାନଙ୍କ ଉପସ୍ଥିତରେ "ଏଲ୍ଏସ୍ପି ସଂଘ କୋରାପୁଟ’ ନାମରେ ସଂଘ ଗଠିତ ହୋଇଛି । ଏହି ବୈଠକରେ ନୂତନ ଜିଲ୍ଲା ସଭାପତି  ଭାବେ ତପନ ହିଆଲ ଏବଂ ସମ୍ପାଦକ ମାଧବ ଗୁଣ୍ଠାଙ୍କୁ ଚୟନ କରାଯାଇଛି । ଆଜି ଠାରୁ ସମସ୍ତ ଏଲ୍ଏସ୍ପି ଭାଇମାନଙ୍କର ସୁଖ, ଦୁଃଖର କଥା ଗାଁ ଠାରୁ ଆରମ୍ଭ କରି ପଞ୍ଚାୟତ, ବ୍ଲକ, ଜିଲ୍ଲା ଏବଂ ରାଜ୍ୟର ବାର୍ତ୍ତା ଆଦାନ ପ୍ରଦାନ କରିବା ନିମନ୍ତେ ଉପସ୍ଥିତ ସମସ୍ତେ ପ୍ରସ୍ତାବ ରଖିବା ସହ ଉକ୍ତ ବୈଠକରେ ଜିଲ୍ଲାର ନୂତନ ସଂଘ ସମସ୍ତ ଦାୟିତ୍ୱ ତୁଲାଇବା ନିମନ୍ତେ ନୂତନ ସଭାପତି ଏବଂ ସମ୍ପାଦକଙ୍କୁ ପୂର୍ଣ୍ଣ କ୍ଷମତା ଦିଆ ଯାଇଥିଲା । ଏହି ବୈଠକରେ ମଙ୍ଗୁଳୁ ଖିଲ, ଶିବଶଙ୍କର ଖେମୁଣ୍ଡୁୁ, ସୁଶାନ୍ତ ହିଆଲ, ସୁରେଶ ହେନ୍ତାଳ, ଚନ୍ଦ୍ର ଦୁରା, ଦାମୋଦର ଗୁଣ୍ଠାଙ୍କ ସମେତ ସମସ୍ତ ବ୍ଲକର ଏଲ୍ଏସ୍ପି କର୍ମୀ ଉପସ୍ଥିତ ଥିଲେ । ଏହି ସଭାକୁ ମଙ୍ଗୁଳୁ ଖିଲ ପରିଚାଳନା କରି ଶେଷରେ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।