କଲେଜରେ ଆଇସିସି ଗଠିତ
ଆନନ୍ଦପୁର : ବାଲେଶ୍ୱର ଛାତ୍ରୀ ଆତ୍ମହତ୍ୟା ପରେ ସରକାରଙ୍କ ଚେତା ପଶିଛି । ଯଦ୍ୱାରା ବିଶ୍ୱବିଦ୍ୟାଳୟ ମଞ୍ଜୁରୀ କମିଟି ନିଦେ୍ର୍ଦଶ କ୍ରମେ ଆନନ୍ଦପୁର କଲେଜର ଏକ ଅଭ୍ୟନ୍ତରଣୀୟ କମିଟି ଗଠନ କରାଯାଇଛି । କଲେଜ ଅଧ୍ୟକ୍ଷ ଡ. ନାରାୟଣ ମିଶ୍ରଙ୍କ ତତ୍ୱାବଧାନ ରେ ଗଠିତ ୫ ଜଣିଆ କମିଟିରେ ଅଧ୍ୟାପିକା ଶ୍ରୀଲେଖା ସାହୁ, ଡ. ନିମାଇଁ ଚରଣ ରାଉତ, ଅଧ୍ୟାପିକା ଭାରତୀ ସାହୁ, କର୍ମଚାରୀ ଲକ୍ଷ୍ମଣ ପାତ୍ର ଏବଂ ପୁଷ୍ପଲତା ରାମ ମନୋନୀତ ହୋଇଥିବା ବେଳେ ଆଇନ ପରାମର୍ଶଦାତା ଭାବେ ବରିଷ୍ଠ ଆଇନଜୀବୀ ସଞ୍ଜୟ ମିଶ୍ର ଙ୍କୁ ମନୋନୀତ କରାଯାଇଛି । ସେହିପରି ଛାତ୍ର ଛାତ୍ରୀ ମାନେ ସେମାନଙ୍କ ସମସ୍ୟାକୁ ଏହି ଅଭ୍ୟନ୍ତରଣୀୟ କମିଟି ଆଗରେ ଜଣାଇ ପାରିବେ ବୋଲି ଅଧ୍ୟକ୍ଷ ଡ. ମିଶ୍ର ସୂଚନା ପ୍ରଦାନ କରିଛନ୍ତି ।