କଟକ ବାଲିଯାତ୍ରା : ଆକ୍ସନରେ ମୋଡ଼ରେ ଖାଦ୍ୟ ସୁରକ୍ଷା ବିଭାଗ
କଟକ : ଆରମ୍ଭ ହୋଇଯାଇଛି ବିଶ୍ୱ ପ୍ରସିଦ୍ଧ ବାଲିଯାତ୍ରା ୨୦୨୫ । ପ୍ରତିଦିନ ହଜାର ହଜାର ଲୋକ ବୁଲିବୁଲି ଓ କିଣାକିଣି ସହ ଖାଦ୍ୟ ଷ୍ଟଲ ମାନଙ୍କରେ ଖାଦ୍ୟ ଖାଇ ବାଲି ଯାତ୍ରାର ମଜା ନେଇ ଥାନ୍ତି । ହେଲେ କିଛି ଷ୍ଟଲରେ ବାସୀ ଖାଦ୍ୟ ବିକ୍ରି ହେଉଥିବାର ଅଭିଯୋଗ ଆସିଥିଲା । ଏନେଇ ଶନିବାର ସକାଳୁ ସକାଳୁ ବାଲିଯାତ୍ରା ପଡିଆରେ ଥିବା ବିଭିନ୍ନ ଷ୍ଟଲରେ ଖାଦ୍ୟ ସୁରକ୍ଷା ବିଭାଗର ଟିମ ପକ୍ଷରୁ ଚଢାଉ କରାଯାଇଛି । ସିଏମସି ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କ ନେତୃତ୍ୱରେ ବିଭିନ୍ନ ଖାଦ୍ୟ ଷ୍ଟଲ ଉପରେ ଚଢାଉ କରାଯାଇ ଖାଦ୍ୟର ମାନ ଯାଞ୍ଚ କରାଯାଇଛି । ଅପମିଶ୍ରିତ ଓ ବାସୀ ଖାଦ୍ୟ ଯାଞ୍ଚ କରିବା ସହ ମାନ ଖରାପ ଥିବାରୁ ଖାଦ୍ୟକୁ ନଷ୍ଟ କରିବା ସହ ଉକ୍ତ ଷ୍ଟଲଙ୍କ ଠାରୁ ଜରିମାନା ଆଦାୟ କରାଯାଇଛି । ବାରମ୍ବାର ଅପମିଶ୍ରିତ ବିକ୍ରି ଧରାପଡ଼ିଲେ ଆସନ୍ତା ବର୍ଷରୁ ଷ୍ଟଲ ପକାଇବାକୁ ମିଳିବନି ଅନୁମତି ।