କପାସିରେ ଖୋଲିଲା ଧାନମଣ୍ଡି
କଣ୍ଟାପଡା: ନିଆଳି ବ୍ଲକ୍ କପାସି ସେବା ସମବାୟ ସମିତିରେ ଧାନମଣ୍ଡି ଉଦ୍ଘାଟିତ ହୋଇଯାଇଛି । ଏହାକୁ ସେବା ସମବାୟ ସମିତିର ଉପସଭାନେତ୍ରୀ ଚପଲା ମଲ୍ଲିକ ଉଦ୍ଘାଟନ କରିଥିଲେ । ଏହି ଅବସରରେ ସମ୍ପାଦକ ସୌମେନ୍ଦ୍ର କେଶରୀ ଲେଙ୍କା, ନୋଡାଲ୍ ଅଫିସର ପ୍ରତିତ ମିଶ୍ର ଓ ଉପସ୍ଥିତ କମିଟିର ସଭ୍ୟ ଓ ଚାଷୀମାନେ ଉପସ୍ଥିତ ରହିଥିଲେ । ସପ୍ତାହକୁ ୧୯ଜଣ ଚାଷୀଙ୍କ ଠାରୁ ଛଅ ଶହ ଚଉବନ କ୍ୱିଣ୍ଟାଲ୍ ଚବିଶ କିଗ୍ରା ଧାନ ସଂଗ୍ରହ କରାଯାଇଛି । ସପ୍ତାହକୁ ଦୁଇ ଦିନ ମଣ୍ଡି ଖୋଲା ରହିବ । ଏହି କାର୍ଯ୍ୟକ୍ରମରେ ସପନି ଲେଙ୍କା, ଜନଧର ଲେଙ୍କା, ଶରତ ଚନ୍ଦ୍ର ପଟ୍ଟନାୟକ, ଅମୀୟ କୁମାର ଲେଙ୍କା, କୈଳାସ ଚନ୍ଦ୍ର ଲେଙ୍କା, ଦିବାକର ନାୟକ, ରାମଚନ୍ଦ୍ର ମହାନ୍ତି, କବିଚନ୍ଦ୍ର ମଲ୍ଲିକ, ବିନୟ କୁମାର ରାଉତ, ମାଧବାନନ୍ଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।