ସମସ୍ୟାରେ ସନ୍ତୁଳିତ ଝାଡେଶ୍ୱର କଲେଜ

 ଟମକା: ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ୍ର ପ୍ରଥମ ଶିକ୍ଷାନୁଷ୍ଠାନ ଭାବେ ପରିଗଣିତ ଝାଡେଶ୍ୱର କଲେଜ ଅନେକ ସମସ୍ୟା ଭିତରେ ଗତି କରୁଛି । ଜମି ଜବର ଦଖଲ ଠାରୁ ଆରମ୍ଭ କରି ଶ୍ରେଣୀ ଗୃହ, ପଟ୍ଟା, ଅଡିଟୋରିୟମ ହଲ୍, ପାନୀୟ ଜଳ ସମସ୍ୟା, ଅଧ୍ୟାପକ ଅଭାବ, ଭଳି ଅନେକ ସମସ୍ୟା ଭିତରେ ଶିକ୍ଷାନୁଷ୍ଠାନ ସନ୍ତୁଳିତ ହେଉଛି । କଲେଜରେ ଅଧ୍ୟୟନ କରି ଅନେକ ଛାତ୍ରଛାତ୍ରୀ ନିଜକୁ ପ୍ରତିଷ୍ଠିତ କରିଥିବା ବେଳେ କିନ୍ତୁ ଅନୁଷ୍ଠାନ ଉପରେ ପ୍ରଶାସନର ଦୃଷ୍ଟି ନ ପଡିବା ପରିତାପର ବିଷୟ ପାଲଟିଛି । ଯାହାପାଇଁ ଧିରେ ଧିରେ ଶିକ୍ଷାନୁଷ୍ଠାନ ନିଜର ଗାରିମା ହରାଉଥିବା ଦେଖିବାକୁ ମିଳିଛି । ତଥ୍ୟ ଅନୁଯାୟୀ ଉକ୍ତ ମହାବିଦ୍ୟାଳୟଟି ଯାଜପୁର ଜିଲା ସୀମାନ୍ତବର୍ତି ଟମକା ଥାନା ଅନ୍ତର୍ଗତ ଚିତ୍ରୀ ପଂଚାୟତ ଟୋଲକାନୀ ଠାରେ ଅବସ୍ଥାପିତ । ୧୯୮୩ ମସିହାରୁ ଏଠାରେ ଯୁକ୍ତ ଦୁଇ ଏବଂ ୧୯୯୦ ମସିହାରୁ ଯୁକ୍ତ ତିନି ପ୍ରତିଷ୍ଠିତ ହୋଇ କାର୍ଯ୍ୟକ୍ଷମ ରହିଛି । ଉକ୍ତ ଶିକ୍ଷାନୁଷ୍ଠାନଟି ଅଂଚଳର ପ୍ରସିଦ୍ଧ ଶୈବପୀଠ ଝାଡେଶ୍ୱରଙ୍କ ନାମାନୁସାରେ ନାମାକରଣ କରାଯାଇଛି । ଅଗଣିତ ଗରିବ, ପଛୁଆବର୍ଗ, ଜାତି ଉପଜାତି ଛାତ୍ରଛାତ୍ରୀ ମାନଙ୍କର ଏହା ଏକମାତ୍ର ଭରଷାଯୋଗ୍ୟ ଶିକ୍ଷାନୁଷ୍ଠାନ । ସରକାରଙ୍କର ସ୍ୱୀକୃତିପ୍ରାପ୍ତ ଉକ୍ତ ଶିକ୍ଷାନୁଷ୍ଠାରେ ବର୍ତମାନ +୨ରେ ୫୮୦ଜଣ ଏବଂ  +୩ରେ ୩୧୧ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଯେଉଁଥିରେ ଆଦିବାସୀ, ଦଳିତ ଛାତ୍ରଛାତ୍ରୀଙ୍କ ସଂଖ୍ୟା ସର୍ବାଗ୍ରେ ରହିଛି । ତେବେ ବ୍ଲକ୍ର ପ୍ରଥମ ଅନୁଷ୍ଠାନ ଏବଂ ଡିଗ୍ରୀ କଲେଜ ଏକମାତ୍ର କଲେଜ ହୋଇଥିଲେ ମଧ୍ୟ ଏଠାରେ ବହୁ ଅଭାବ ଅସୁବିଧା ଲାଗି ରହିଛି । ୪୨ବର୍ଷରୁ ଅଧିକ ସମୟ ଧରି ଉକ୍ତ ଶିକ୍ଷାନୁଷ୍ଠାନକୂ ଏଠାରେ ପ୍ରତିଷ୍ଠା କରା ଯାଇଥିବା ବେଳେ ଅଦ୍ୟାବଧି ଏହାର ଚତଃୁପାଶ୍ୱର୍ରେ ପ୍ରାଚୀର ନାହିଁ । ଯାହାପାଇଁ ଏହାର ଜମିକୁ ଜବର ଦଖଲ କରିବାକୁ ଲୋକମାନେ ପଛାଉ ନଥିବା ଦେଖାଯାଇଛି । ସେହିପରି ଭାବେ ମହା ବିଦ୍ୟାଳୟ ନାମରେ ଏହାର ଜମିକୁ ରେଜେଷ୍ଟ୍ରିଭୁକ୍ତ କରି ପଟ୍ଟା ପ୍ରଦାନ କରିବାକୁ ଅନୁଷ୍ଠାନ କତୃପକ୍ଷଙ୍କ ତରଫରୁ ବହୁ ଦିନରୁ ଆବେଦନ ହୋଇଥିଲେ ମଧ୍ୟଏଥିରୁ କିଛି ସୁଫଳ ମିଳିନାହିଁ । ମହା ବିଦ୍ୟାଳୟରେ ପାନୀୟ ଜଳ ସମସ୍ୟା ଏକ ନିତୀଦିନିଆ ସମସ୍ୟା ହୋଇଥିଲେ ମଧ୍ୟ ଏହାର ସ୍ଥାୟୀ ସମାଧାନ କରାଯାଇ ପାରିନାହିଁ । ଯାହା ଗ୍ରୀଷ୍ମ ଦିନରେ ଉକ୍ରଟ ସମସ୍ୟା ସୃଷ୍ଟି କରେ । ଅନୁଋପ ଭାବେ ପିଲାଙ୍କ ପାଠପଢା ପାଇଁ ଉଭୟ +୨ ଓ +୩ର ଶ୍ରେଣୀ ପ୍ରକୋଷ୍ଠର ଘୋର ଅଭାବ ଦେଖା ଦେଇଛି । ସେହିପରି ଭାବେ +୩ ବିଜ୍ଞାନ ପାଠ ପଢିବା ପାଇଁ ଦାନଗଦୀ ବ୍ଲକ୍ ଅଂଚଳରେ କୌଣସି ଶିକ୍ଷାନୁଷ୍ଠାନର ବ୍ୟବସ୍ଥା ନଥିବା ବେଳେ ଝାଡେଶ୍ୱର କଲେଜ +୩ ବିଜ୍ଞାନ ପାଠ୍ୟକ୍ରମ ଖୋଲାଯାଇପାରିଲେ ଏହି ଶିକ୍ଷାନୁଷ୍ଠାନ ଉପରେ ନିର୍ଭରଶୀଳ ଶହସ୍ରାଧିକ ଛାତ୍ରଛାତ୍ରୀଙ୍କ ସମସ୍ୟା ଦୁରିଭୂତ ହୋଇପାରନ୍ତା । ଶିକ୍ଷାନୁଷ୍ଠାନ ଦ୍ୱାରା ଅନୁଷ୍ଠିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକମ, ୱାର୍କସପ୍, ସଭାସମିତି ପାଇଁ ଏଠାରେ ଅଡିଟୋରିୟମର ବ୍ୟବସ୍ଥା ନଥିବା କାରଣରୁ କାର୍ଯ୍ୟକ୍ରମ ପାଇଁ ସମସ୍ତେ ନାନାଦି ହଇରାଣ ହରକତ ହେଉଥିବା ପରିଲକ୍ଷିତ