ପ୍ଲାଷ୍ଟିକ ମୁକ୍ତ ଅଭିଯାନ ସଚେତନତା
ଆସିକା: ଆସିକା ସରକାରୀ ନିରଞ୍ଜନ ମହାବିଦ୍ୟାଳୟରେ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡିଶା ବାଳିକା ସମର ଶିକ୍ଷାର୍ଥୀ ବାହିନୀ ରାୟଗଡା ଦ୍ୱାରା ପରିଚାଳିତ ଆସିକା ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଆନୁକୂଲ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କଲେଜର ଅଧକ୍ଷ ଡ଼ଃ. ସରୋଜ କୁମାର ଜେନା, ଏନସିସି ଲେଫ୍ଟନାଣ୍ଟ ଡ଼ଃ. ସୁପ୍ରିୟା ଦାଶ, ଆସିକା ବିଜ୍ଞାନ ମହାବିଦ୍ୟାଳୟର ଉଦ୍ଭିଦ ବିଭାଗର ମୁଖ୍ୟ ଡ଼. ନନ୍ଦିତା ଦାସ, ଯୁବ ରେଡ କ୍ରସ ସଂଯୋଜିକା ଡ଼. ଲୀଲା ଲିଳିୟାନ, ଆମ କଲେଜ ଆମ ଗୌରବର ସଂଯୋଜକ ଡ଼.କେ. ନାରାୟଣ ରାଓ, ଜାତୀୟ ସେବା ଯୋଜନା ସଂଯୋଜିକା ଡ଼. ଜୟପ୍ରଦା ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । ବର୍ତ୍ତମାନ ସମୟରେ ଆମେ ଯଦି ଘରେ ଘରେ ପ୍ଲାଷ୍ଟିକ ମୁକ୍ତ ନ କରିବା ତେବେ ଆଗାମୀ ୨୦୫୦ ମସିହା ବେଳେକୁ ଆମ ପରିବେଶରେ ପ୍ଲାଷ୍ଟିକ ଭରି ହୋଇ ରହିବ । ତେଣୁ ଆଜିଠାରୁ ସମସ୍ତେ ଶପଥ ନେବା ଆମେ ପ୍ଲାଷ୍ଟିକ ଠାରୁ ଦୂରେଇ ରହିବା, ପ୍ଲାଷ୍ଟିକ ମୁକ୍ତ କରିବା, ଏବଂ ଆମ ପରିବେଶରେ ପ୍ଲାଷ୍ଟିକ ବ୍ୟବହାରକୁ ରୋକିବା ପାଇଁ ସମସ୍ତେ ମିଳି ମିଶି ସଚେତନତା କରିବାକୁ ଆଗେଇ ଆସିବାକୁ ବକ୍ତାମାନେ ମତ ରଖିଥିଲେ ।