କୁହୁଡ଼ିରେ ଲବଣ ସତ୍ୟାଗ୍ରହ ସ୍ମୃତି ସ୍ମାରକୀ ଦିବସ ପାଳିତ
କାକଟପୁର : ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ସହୀଦ ସ୍ମୃତି ପୀଠ କୁହୁଡି ଠାରେ ଆଜି ଲବଣ ସତ୍ୟାଗ୍ରହ ସ୍ମୃତି ସ୍ମାରକୀ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ଉକôଳ ସଂଗ୍ରାମୀ ସ୍ମତି ସମିତି କାକଟପୁର ଅସ୍ତରଙ୍ଗ ପକ୍ଷରୁ ଏହା ପାଳିତ ହୋଇଥିଲା । ଏହି ଅବସରରେ ସଂସ୍କୃତି ବିଭାଗ ପକ୍ଷରୁ ପ୍ରସ୍ତୁତ ପଣ୍ଡିତ ନିଳକଣ୍ଠ ଦାସଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଉଦଘାଟନ କରିବା ସହ ସହୀଦ ମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ନିଜ ଅଭିଭାଷଣ ଶ୍ରୀମତୀ ପରିଡା ସହୀଦମାନଙ୍କ ଅବଦାନ ଓ ସ୍ୱାଧୀନତା ସଂଗ୍ରାମରେ ସେମାନଙ୍କ ତ୍ୟାଗ ଅବର୍ଣ୍ଣନୀୟ ବୋଲି କହିଥିଲେ । କୁହୁଡି ଏକ ଐତିହାସିକ ସ୍ଥାନ ଓ ଏହାକୁ ଐତିହାସିକ ପର୍ଯ୍ୟଟନ ସ୍ଥଳୀରେ ପରିଣତ କରାଯିବ । ସେହିପରି କୁହୁଡିର ବିକାଶ ପାଇଁ ୫ କୋଟି ଟଙ୍କା ବ୍ୟୟ କରାଯିବା ସହ ଦାଣ୍ଡି ମାର୍ଚ୍ଚର ପ୍ରତିକୃତି, ଇଣ୍ଟରପ୍ରିଟେସନ ସେଣ୍ଟର ଓ ଅଙ୍ଗନବାଡି ସକ୍ଷମ କେନ୍ଦ୍ର କରାଯିବ । ପ୍ରାଚୀ ନଦୀର ସ୍ୱଛତା ଓ ପାର୍ଶ୍ୱରେ ଥିବା ମଠ ମନ୍ଦିରର ବିକାଶ ପାଇଁ ୪୦୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ଅସ୍ତରଙ୍ଗରେ ପୋର୍ଟ, ପର୍ଯ୍ୟଟନ, ରାଜପଥ ଓ ସମୁଦ୍ର ଦୁଃସାହାସିକ କ୍ରୀଡା ବା ଆଡଭେନଚର ସ୍ପୋର୍ଟସର ବିକାଶ କରାଯିବ ବୋଲି ସୂଚନା ଦେବା ସହ ସଂଘର୍ଷର ମାଟି ଶକ୍ତିଶାଳୀ ହୋଇଥାଏ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ଜଗତସିଂହପୁର ଲୋକସଭା ସାଂସଦ ବିଭୁପ୍ରସାଦ ତରାଇ କୁହୁଡିକୁ ଆଦର୍ଶ ଗ୍ରାମ ଭାବେ ଗ୍ରହଣ କରିବାକୁ ସୂଚନା ଦେଇଥିଲେ । ୧୯୩୦ରେ ଲବଣ ସତ୍ୟାଗ୍ରହ,୧୯୪୨ରେ ଭାରତ ଛାଡ ଆନେ୍ଦାଳନ ଓ ୧୯୪୭ ସ୍ୱାଧୀନତାରେ ସଂଗ୍ରାମୀଙ୍କ ସଂଘର୍ଷର ପଟ୍ଟାନ୍ତର ନାହିଁ । ଆମକୁ ଅର୍ଥ ନୈତିକ ସ୍ୱାଧୀନତା ପାଇଁ କାର୍ଯ୍ୟ କରି ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଓ ୨୦୪୭ ସୁଦ୍ଧା ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବାକୁ ଆହ୍ୱାନ ଦେଇଥିଲେ ।
ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସ୍ତମ୍ଭକାର ତଥା ଗାନ୍ଧିବାଦୀ ପ୍ରହଲ୍ଲାଦ ସିଂହ ଲବଣ ସତ୍ୟାଗ୍ରହ ଓ ମହାତ୍ମାଗାନ୍ଧିଙ୍କ ସମ୍ପର୍କରେ ବିଷଦ ଆଲୋକପାତ କରିଥିଲେ । କାକଟପୁର ବିଧାୟକ ତୁଷାର କାନ୍ତୀ ବେହେରା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ୱାଧୀନ ନାୟକ, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅସ୍ତରଙ୍ଗ ପଞ୍ଚାୟତ ସମିତି ଅଧ୍ୟକ୍ଷା ଆରତୀ ନାଏକ, କାକଟପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀଧର ନାୟକ ଯୋଗ ଦେଇ ସଂଗ୍ରାମୀ ମାନଙ୍କ ତ୍ୟାଗ, ଆଦର୍ଶ ସମ୍ପର୍କରେ ଆଲୋକପାତ କରିଥିଲେ । ଲବଣ ସତ୍ୟାଗ୍ରହ ସମ୍ପର୍କରେ ଏକ ସ୍ମରଣିକାକୁ ଅତିଥିମାନେ ଉନ୍ମୋଚନ କରିଥିବା ବେଳେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଠାରୁ ପ୍ରାପ୍ତ ଶୁଭେଚ୍ଛା ବାର୍ତ୍ତାକୁ ଅଶୋକ କୁମାର ଶତପଥୀ ପଠନ କରିଥିଲେ । ଉପ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଜନତାଙ୍କୁ ଜାତୀୟ ଐକ୍ୟ ର ଶପଥ ପାଠ କରାଇଥିଲେ । ପ୍ରାରମ୍ଭରେ ଉକôଳ ବନ୍ଦନା ପରିବେଷଣ ସହ ଲବଣ ସତ୍ୟାଗ୍ରହର ସହୀଦ ଓ ପହେଲଗାମର ମୃତକଙ୍କ ସ୍ମୃତି ଉଦେ୍ଦଶ୍ୟରେ ନିରବ ପ୍ରାର୍ଥନା କରାଯାଇଥିଲା । ଉକôଳ ସଂଗ୍ରାମୀ ସ୍ମୃତି ସମିତିର ସଭାପତି ଅମିୟ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ ସୂଚନା ଓ ଲୋକ ସମ୍ପର୍କ ଉପ ନିଦେ୍ର୍ଦଶକ ସନ୍ତୋଷ କୁମାର ସେଠୀ ସମସ୍ତଙ୍କୁ ସ୍ୱାଗତ କରିଥିବା ବେଳେ ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।