ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ମକ୍ଡ଼୍ରିଲ୍

 ପୁରୀ : ରଥଯାତ୍ରା ସମୟରେ ଲକ୍ଷାଧିକ ଲୋକ ଶ୍ରୀକ୍ଷେତ୍ରରେ ସମାଗମ ହେବେ । ଭିଡ଼ ମଧ୍ୟରେ କେହି ବ୍ୟକ୍ତ୍ୟ ବିଶେଷ ବା ମହିଳା ଅସୁସ୍ଥ ହୋଇପଡ଼ିଲେ ସେମାନଙ୍କୁ କିଭଳି ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଚିକିସôାଳୟକୁ ନିଆଯିବ ସେ ସମ୍ପର୍କରେ ସଦର ମୁଖ୍ୟ ଚିକିସôାଳୟ ପକ୍ଷରୁ ଏକ ମକ୍ଡ଼୍ରିଲ କରାଯାଇଛି । ମାଳତିପାଟପୁର ବସ୍ଷ୍ଟାଣ୍ଡ, ଗାଣ୍ଡୁଆଚୌରା, ବେଳାଭୂମି ଏବଂ ବଡ଼ଦାଣ୍ଡରୁ ୪ଟି ଆମ୍ବୁଲାନ୍ସ ଯୋଗେ ରୋଗୀମାନଙ୍କୁ ସଦରମୁଖ୍ୟ ଚିକିସôାଳୟରେ ପହଞ୍ଚାଇବା ପରେ ସ୍ୱତନ୍ତ୍ର ୱାର୍ଡ଼ରେ ସେମାନଙ୍କୁ କିଭଳି ପ୍ରାଥମିକ ଚିକିସôା କରାଯିବ ସେ ସମ୍ପର୍କରେ ମକ୍ଡ଼୍ରିଲ କରାଯାଇଥିଲା । ଏହି ମକ୍ଡ଼ିଲ ସମୟରେ ସଦର ମୁଖ୍ୟ ଚିକିସôାଳୟର ଡ଼ାକ୍ତରମାନେ ଉପସ୍ଥିତ ରହି ଅସୁସ୍ଥ ବ୍ୟକ୍ତିମାନଙ୍କୁ କିଭଳି ତ୍ୱରିତ ସ୍ୱାସ୍ଥ୍ୟାସେବା ଯୋଗାଇ ଦିଆଯାଇପାରିବ ଏବଂ ଆବଶ୍ୟକ ସ୍ଥଳେ ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇପାରିବ ମକ୍ଡ଼ି୍ରଲ ମାଧ୍ୟମରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ସୂଚନାଯୋଗ୍ୟ ଯେ ଗତ ସପ୍ତାହରେ ସ୍ୱାସ୍ଥ୍ୟ ସଚିବ ଏସ୍ ଆଶ୍ୱସ୍ତି ସଦର ମୁଖ୍ୟ ଚିକିସôାଳୟକୁ ଆସି ସ୍ୱାସ୍ଥ୍ୟ ବ୍ୟବସ୍ଥାର ସମୀକ୍ଷା କରିଥିଲେ  ।