କେବୁଲ ଅପରେଟରଙ୍କ ପରଲୋକ
ବାରଙ୍ଗ: ବାରଙ୍ଗ ଅଞ୍ଚଳର ଖିବୁ ଜଣାଶୁଣା କେବୁଲ୍ ଅପରେଟର ଅଶୋକ ବଡ ଜେନା(ମିଟୁ)ଙ୍କର୍ ପରଳୋକ ହୋଇଯାଇଛି । ମୃତୁ୍ୟ ବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିଲା । ତାଙ୍କ ମର ଶରୀରକୁ ବାରଙ୍ଗ ସୀତାରାମ ବଜାର ଅଫିସକୁ ଅଣାଯାଇଥିଲା । ସେଠାରେ ତାଙ୍କୁ ସାଧାରଣ ଲୋକେ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ତାଙ୍କ ମୃତୁ୍ୟ ଖବର ପ୍ରଚାରିତ ହେବା ପରେ ବାରଙ୍ଗ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।