କୋଇଲା ବୋଝେଇ ଟ୍ରେନ୍ ଲାଇନଚୁ୍ୟତ୍
ତାଳଚେର : ତାଳଚେର ଭୁବନେଶ୍ୱରୀ କୋଇଲା ଖଣିର ୩ ଏବଂ ୪ନମ୍ବର ସାଇଡ଼ିଙ୍ଗରେ ଟ୍ରେନ ଲାଇନ୍ଚୁ୍ୟତ ହୋଇଛି । ଫଳରେ ବର୍ତ୍ତିଲେ କର୍ମଚାରୀ । ଗତକାଲି ରାତ୍ରି ପ୍ରାୟ ୮ଘଟିକା ସମୟରେ କୋଇଲା ବୋଝେଇ କରି ଟ୍ରେନଟି ଯାଉଥିବା ବେଳେ କୌଣସି କାରଣରୁ ପାଖିପାଖି ଦୁଇରୁ ତିନିଟି ୱାଗନ ଲାଇନଚୁ୍ୟତ୍ ହୋଇଥିବା ଜଣାପଡ଼ିଛି । ତେବେ ଏଥିରେ କାହାର କ୍ଷତି ହୋଇନଥିବା ବେଳେ ଘଟଣାସ୍ଥଳରେ କର୍ମଚାରୀ ମାନେ ପଂହଚି ତଦନ୍ତ ଜାରି ରଖିଥିବା କୁହାଯାଉଛି ।