ଗଞ୍ଜେଇ ଜବତ, ୨ଗିରଫ
ଭବାନୀପାଟଣା : ବିଶାଖାପାଟଣା ବସ୍ରେ ଗଞ୍ଜେଇ ଚାଲାଣ ବେଳେ ମାଡି ବସିଲା ଜୟପାଟଣା ଅବକାରୀ ବିଭାଗ । ଗଞ୍ଜେଇ ଜବତ ସହ ୨ଜଣ ଗିରଫ ହୋଇଥିବା ଜଣାପଡିଛି । ଗତକାଲି ସନ୍ଧ୍ୟା ସମୟରେ ଭବାନୀପାଟଣା ଲଡୁଗାଁ ଭୟା ବିଶାଖାପାଟଣା ଓଡି ୦୮ ଆର ୧୯୫୨ନମ୍ବର ଓଏସଆରଟିସି ବସ୍ରେ ଗଞ୍ଜେଇ ଚାଲାଣ ହେଉଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା ଅବକାରୀ ବିଭାଗ । ଏ ନେଇ ଅବକାରୀ ବିଭାଗ ପକ୍ଷରୁ ଜୟପାଟଣା ରାଜବାଟି ଛକରେ ବସକୁ ଯାଞ୍ଚ କରିଥିବାବେଳେ ଦୁଇ ଜଣ ଯୁବକ ଗଞ୍ଜେଇ ଚାଲାଣ କରୁଥିବା ଜାଣିବାକୁ ପାଇଥିଲା ଅବକାରୀ ବିଭାଗ । ହେଲେ ବସ୍ରୁ ଜଣେ ଝରକା ଦେଇ ଫେରାର ମାରୁଥିବା ବେଳେ ତାକୁ କାବୁ କରିଥିଲା ଅବକାରୀ ବିଭାଗ । ପରେ ଦୁଇ ଜଣକୁ ଗିରଫ କରାଯାଇଥିବାବେଳେ ସେମାନଙ୍କ ଠାରୁ ୧୫କେଜି ଗଞ୍ଜେଇ ଜବତ କରାଯାଇଥିଲା । ଗିରଫ ଦୁଇ ଜଣ ହେଲେ ବାଙ୍ଗାଲୋରର ନଦାମ ପାସା ଓ ଅଜଗର ବୋଲି ଜଣାପଡ଼ିଛି ।