ଖଣି ଅଞ୍ଚଳରେ ନିର୍ଦ୍ଦିଷ୍ଟ ମାଲିକଙ୍କୁ କ୍ରୋମାଇଟ ପରିବହନ ସୁବିଧା; ଜିଲାପାଳଙ୍କୁ ଅଭିଯୋଗ

 ବ୍ୟାସନଗର: ସୁକିନ୍ଦା ଖଣି ଅଞ୍ଚଳରେ ନିଦ୍ଧିଷ୍ଠ ମାଲିକଙ୍କୁ କ୍ରୋମାଇଟ ପରିବହନ କ୍ଷେତ୍ରରେ ସ୍ୱତନ୍ତ୍ର ସୁବିଧା ଦିଆଯାଉଥିବାର ଅଭିଯୋଗ ଜିଲାପାଳଙ୍କୁ ଅଭିଯୋଗ ହୋଇଛି । ଯାଜପୁର ରୋଡ, ଚଣ୍ଡିଖୋଲ ଓ ଖଣିପ୍ରଭାହିତ ଟ୍ରକ ମାଲିକ ସଙ୍ଘ ତରଫରୁ ଜିଲ୍ଲାପାଳ,  ଏସପି,ଅତିରିକ୍ତ ଜିଲ୍ଲାପାଳ, ଖଣି ଉପନିଦେ୍ର୍ଦଶକ, କାଳିଆପାଣି ଥାନା ଅଧିକାରୀଙ୍କୁ ଅଭିଯୋଗ କରାଯାଇଥିଲେ ମଧ୍ୟ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରଯାଉନଥିବାରୁ ପରିବହନ କ୍ଷେତ୍ରରେ ଅଶାନ୍ତି ଦେଖାଯାଇଛି । ପ୍ରଶାସନ ତରଫରୁ ଗତ ତା ୩୦ା୧୦ା୨୦୨୪ରିଖ ବୈଠକ ଡକାଯାଇଥିଲା ତାକୁ ବାତିଲ କରି ତା୨୧ା୧୧ା୨୦୨୪ ରିଖକୁ ବିଭିନ୍ନ ସଙ୍ଘ ପ୍ରଶାସନିକ ଅଧିକାରୀ ଓ ଖଣି ଅଧିକାରୀକୁ ନେଇ ବୈଠକ ହେବାକୁ ସ୍ଥିର ହୋଇଥିଲେ ମଧ୍ୟ ଉଚ୍ଚାନ୍ୟାଳୟଙ୍କ ନିର୍ଦେଶକୁ ଖୋଲା ଉଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ପ୍ରଶାସନ ତରଫରୁ କରାଯାଉନଥିବାରୁ ଜିଲ୍ଲାର ବହୁ ଗାଡି ମାଲିକ ଆର୍ଥôକ କ୍ଷତି ସହିବା ସହିତ ନ୍ୟାୟ ପାଇବାରୁ ବଂଚିତ ହେଉଛନ୍ତି ।  ଉଚନ୍ୟାୟାଳର ନିର୍ଦେଶକୁ କାର୍ଯ୍ୟକାରୀ କରିବାକୁ ଜିଲ୍ଲା ପ୍ରଶାସନ ନିକଟତରେଯାଜପୁର ରୋଡ଼ ଟ୍ରକ ମାଲିକ ସଂଘର ଅମୀୟ ରଂଜନ ବାରିକ୍, ସଂପାଦକ ଦିଲୀପ ମଲିକ, ଉପସଭାପତି କିଶୋର ରାଉତ୍, ଯୁଗ୍ମ ସଂପାଦକ ଅଶୋକ ସାହୁ, ସହସଂପାଦକ ସମୀର ପରିଡ଼ା, କୋଷାଧ୍ୟକ୍ଷ ସ୍ମୃତିରଂଜନ ଘଡ଼ାଇ, ଚଣ୍ଡିଖୋଲ ଟ୍ରକ ଆସୋସିଏସନ ସଭାପତି ପୁଷ୍ପରାଜ ନାୟକ, ସଂପାଦକ କିର୍ତିରାଜ ସ୍ୱାଇଁ, ଖଣି ପ୍ରଭାବିତ ସଂଘର ସଭାପତି ବିଶ୍ୱଜିତ ମହାନ୍ତି, ସଂପାଦକ ମାନସ ଭଞ୍ଜ, ସୁଭ୍ରାଂଶୁ ରଂଜନ ସାମଲ, ସଂଜୟ ଦାସ, ବଳରାମ ଦାସ, ଆଶିଷ ଜେନା, ଦାମୋଦର ପାତ୍ର, ଦଶରଥ ମହନ୍ତ, ନିରଂଜନ ସିଂହ ପ୍ରମୂଖ ଦାବି କରିଛନ୍ତି ।