ଖବର ପ୍ରକାଶ ପରେ... ପେଟ୍ରୋଲ ପମ୍ପ ଦଖଲରୁ ମୁକ୍ତ ହେଲା ରାଜପଥ
ଯାଜପୁର : ଶେଷରେ ପେଟ୍ରୋଲ ପମ୍ପ ମାଲିକ ଦଖଲ କରିଥିବା ରାଜପଥକୁ ମୁକ୍ତ କରିଛନ୍ତି । କୋରେଇ ଥାନା ଅନ୍ତର୍ଗତ ଆଲିଆ ଛକ ନିକଟରେ ନିର୍ମାଣଧିନ ନାୟରା ପେଟ୍ରୋଲ ପମ୍ପ୨୦ନଂ ଜାତୀୟ ରାଜପଥରକୁ ଦଖଲ କରିବା ପୂର୍ବକ କଂକ୍ରିଟ ପିଲାର ନିର୍ମାଣ କରିଥିଲେ । ନନ୍ଦିଘୋଷ ନାମକ ପେଟ୍ରୋଲ ପମ୍ପ ରାଜପଥକୁ ଦଖଲ କରି ନେଇଥିବାରୁ ତିବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । କଂଗ୍ରେସ ନେତା ବିଜୟ କୁମାର ବୋଇତାଇ ରାଜପଥ କର୍ତ୍ତୃପକ୍ଷ ଏବଂ ଜିଲା ପ୍ରଶାସନକୁ ପଦକ୍ଷେପ ନେବାକୁ ଦାବି ରଖିବା ସହ ଆନେ୍ଦାଳନ ଚେତାବନୀ ଦେଇଥିଲେ । ‘ପେଟ୍ରୋଲ ପମ୍ପ ଦଖଲରେ ଜାତୀୟ ରାଜପଥ‘ ଶୀର୍ଷକ ଖବର ଅଗଷ୍ଟ ପହିଲାରେ ‘ସୂର୍ଯ୍ୟପ୍ରଭା’ରେ ପ୍ରକାଶ ପାଇଥିଲା । ତେବେ ଆଜି ସଂପୃକ୍ତ ପେଟ୍ରୋଲ ପମ୍ପ କର୍ତ୍ତୃପକ୍ଷ ଦଖଲ କରିଥିବା ରାଜପଥକୁ ମୁକ୍ତ କରିବା କାର୍ଯ୍ୟ ଆରମ୍ଭ କରିଥିଲେ । ରାଜପଥରେ ନିର୍ମାଣ କଂକ୍ରିଟ ପିଲାରକୁ ଶ୍ରମିକ ଗୋଟି ଗୋଟି କରି ଭାଙ୍ଗିବାକୁ ଲାଗିଥିଲେ । ପିଚୁଠାରୁ ତଳକୁ ଜାତୀୟ ରାଜପଥର ୧୦୦ଫୁଟ୍ ରହିଥିବା ବେଳେ ସମ୍ପୃକ୍ତ ପେଟ୍ରୋଲ ପମ୍ପର ମାଲିକ ନିଜର ବ୍ୟବସାୟିକ ସ୍ୱାର୍ଥ ପାଇଁ ସାଧାରଣ ପଥଚାରୀଙ୍କର ଧନ ଜୀବନ ସହିତ ଖେଳ ଖେଳିବାକୁ ପଛାଇ ନଥିଲେ ।