ଶାଳିଆ ପତନି ଉଦ୍ଧାର
ନୀଳଗିରି : ନୀଳଗିରି ସହରରୁ ଏକ ଶାଳିଆ ପତନି ଉଦ୍ଧାର କରାଯାଇଛି । ଏନ୍ଏସିର ୫ନଂ ୱାର୍ଡÿ ଅଧୀନ ପୋଇସାହି ଅଞ୍ଚଳରେ ଥିବା କେନାଲରେ ଏହି ଜୀବଟି ପଶି ଯାଇଥିବାବେଳେ ସ୍ଥାନୀୟ ଲୋକେ ଉଦ୍ଧାର କରି ଏକ ଜାଲରେ ଧରି ରଖିଥିଲେ । ପରେ ନୀଳଗିରି ବନ ବିଭାଗକୁ ହସ୍ତାନ୍ତର କରାଯାଇଥିଲା । ରେଞ୍ଜ ଅଧିକାରୀ ଆଇସା ଅକ୍ତର ନିଶାଙ୍କ ନିଦେ୍ର୍ଦଶରେ ତାକୁ ଜଙ୍ଗଲରେ ଛାଡ଼ି ଦିଆଯାଇଛି । ନୀଳଗିରି ସ୍ଥିତ କୁଲଡିହା ଅଭୟାରଣ୍ୟରେ ଏହି ଜାତିର ବିରଳ ଜୀବ ଦେଖିବାକୁ ମିଳିଥାଏ ।