ଖରାରେ ଶିଶୁ ଶ୍ରମିକଙ୍କୁ ନିୟୋଜିତ କରିଛି ବନ ବିଭାଗ

କୋକସରା : ବଦଳିଛି ସରକାର ହେଲେ ବଦଳୁନି ପରିସ୍ଥିତି । କୋକସରା ବ୍ଲକ ଆମପାଣି ପଞ୍ଚାୟତ ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା କରକ ଜଳ ପ୍ରପାତର ଉନ୍ନତି କରଣ କାର୍ଯ୍ୟ ଚାଲିଛି । ଧର୍ମଗଡ଼ ରେଞ୍ଜ ଅଧୀନ ଆମପାଣି ବନାଞ୍ଚଳ ଏହି କାର୍ଯ୍ୟର ସମ୍ପାଦନ ଦାୟିତ୍ୱରେ ରହିଛି । ଏହି ଦର୍ଶନୀୟ ସ୍ଥଳକୁ ଯାତାୟାତ ପାଇଁ ରାସ୍ତା କାମ ଓ ଗାଡ଼ୱାଳ ଚାଲିଥିବା ନିର୍ମାଣ କାର୍ଯ୍ୟରେ ଶିଶୁ ଶ୍ରମିକଙ୍କୁ ନିୟୋଜିତ କରାଯାଇଛି । ଏପଟେ ଉନ୍ନତିକରଣ କାର୍ଯ୍ୟ ହେଉଥିବା ପ୍ରକଳ୍ପର ସୂଚନା ଫଳକ ଲାଗି ନ ଥିବା ବେଳେ ଶିଶୁ ଶ୍ରମିକ ନାବାଳିକା ଙ୍କୁ ଟାଣ ଖରାରେ କାମ କରାଉଛି କାର୍ଯ୍ୟ ଦାୟିତ୍ୱରେ ଥିବା ବନ ବିଭାଗ । କାର୍ଯ୍ୟରତ ନାବାଳିକା ଶ୍ରମିକଙ୍କୁ ଏତେ ଖରାରେ କେମିତି କାମ କରୁଛନ୍ତି ବୋଲି ପ୍ରଶ୍ନ କରିବାରୁ ଛୁଟି ଦେଉ ନାହାନ୍ତି ବୋଲି କହିଛନ୍ତି କ୍ଷ ତେବେ କାର୍ଯ୍ୟର କୌଣସି ସୂଚନା ନଥିବା ଓ ନାବାଳିକା ଶ୍ରମିକଙ୍କୁ ନିୟୋଜିତ କରି କାର୍ଯ୍ୟହାସଲ କରୁଥିବା ଆମପାଣି ବନ ବିଭାଗ ପ୍ରତି ଜିଲ୍ଲା ପ୍ରଶାସନ ଦୃଢ଼ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହେଉଛି । ଏନେଇ ଆମପାଣି ବନାଞ୍ଚଳ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ସମ୍ପର୍କ ହୋଇପାରିନାହିଁ  ।