ଶୀତଳ ଷଷ୍ଠୀ ଯାତ୍ରା

 ଖଣ୍ଡପଡା: ଶୀତଳ ଷଷ୍ଠୀ ଯାତ୍ରା ପାରମ୍ପରିକ ପ୍ରଥାନୁଯାୟୀ ଅନୁଷ୍ଠିତ ହୋଇଯାଇଛି । ଖଣ୍ଡପଡା ସହରରେ ୫ ଶମ୍ଭୁଙ୍କ ମିଳନ ପର୍ବକୁ ସହରବାସୀ ଉପଭୋଗ କରିଥିଲେ । ଖଣ୍ଡପଡା ସହରର ବଡଦାଣ୍ଡ ରବିବାର ରାତିରେ ଉସôବ ମୁଖର ହୋଇ ଉଠିଥିଲା । ବାଜା, ବାଣ ଓ ରୋଷଣୀର ତାଳେ ତାଳେ ପ୍ରଭୂ ଶ୍ରୀନୀଳକଣ୍ଠେଶ୍ୱର ଦେବ, ଶ୍ରୀବାଲୁଙ୍କେଶ୍ୱର ଦେବ, ଶ୍ରୀ ସୁବଣ୍ଣେଶ୍ୱର ଦେବ, ଶ୍ରୀଲୋକନାଥ ଦେବ ଓ ପ୍ରଭୁ ଶ୍ରୀବନ୍ଧବିମଳେଶ୍ୱର ଦେବଙ୍କ ଚଳନ୍ତି ପ୍ରତିମା ବିମାନ ଯୋଗେ ଶ୍ରଦ୍ଧାଳୁ ଭକ୍ତଙ୍କ ଗହଣରେ ମେଳଣ ପଡିଆକୁ ବିଜେ କରିଥିଲେ । ସେହିପରି ଖଣ୍ଡପଡା ସହରର ପୁରପଲ୍ଲୀସ୍ଥିତ ପ୍ରମୁଖ ଶୈବ ପୀଠରେ ଦେବଦମ୍ପତିଙ୍କ ବିବାହ ଉତ୍ସବ ଓ ଶୀତଳ ଷଷ୍ଠୀ ଯାତ୍ରା ଦେବ ନୀତି ଅନୁଯାୟୀ ଅନୁଷ୍ଠିତ ହୋଇଯାଇଛି ।