ବନ୍ଧୁକ କାରଖାନା ଠାବ, ୧ଗିରଫ
ତାଳଚେର : ଦେଶୀବନ୍ଧୁକ ତିଆରି କରାଯାଉଥିବା କାରଖାନାକୁ ତାଳଚେର ପୁଲିସ୍ ଠାବ କରିବା ସହିତ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡିଛି । ଅଭିଯୁକ୍ତ ଜଣଙ୍କ ହେଲେ ତାଳଚେର ଟାଉନ ଥାନା ଅନ୍ତର୍ଗତ ସୁନାଖଣି ଗ୍ରାମର ହରିହର ମହାପାତ୍ର (୫୩) । ପ୍ରକାଶ ଯେ, ତାଳଚେର ପୁଲିସ୍ କୌଣସି ସୂତ୍ରରୁ ଖବର ପାଇ ଅନୁଗୋଳ ଏସ୍ପିଙ୍କ ନିଦେ୍ର୍ଦଶକ୍ରମେ ଗତକାଲି ସୁନାଖଣି ଅଞ୍ଚଳରେ ହରିହର ମହାପାତ୍ରଙ୍କ ଦେଶୀବନ୍ଧୁକ ତିଆରି କରାଯାଉଥିବା କାରଖାନା ଉପରେ ପୁଲିସ୍ ଟିମ୍ ଆତର୍କିତ ଚଢ଼ାଉ କରି ୮ଟି ଆଇରନ୍ ପାଇପ୍, ଗୋଟିଏ ଟ୍ରିଗର୍ ମେସିନ୍ ୬ଟି ଆଇରନ ସାମଗ୍ରୀ, ହାତଚାଳନ ଡ୍ରିଲ୍ ମେସିନ, ସ୍କୃଡ଼ାଇରଭ୍, କଟିଙ୍ଗ ମେସିନ୍ ଇତ୍ୟାଦି ସାମଗ୍ରୀ ଜବତ କରିଥିଲା । ଏବଂ ଏଥିରେ ସମ୍ପୃକ୍ତ ହରିହରଙ୍କୁ ଗିରଫ କରିଥିଲା । ଏଥିସହିତ ଆଉ କେଉଁମାନେ ଏଥିରେ ସମ୍ପୃକ୍ତ ଅଛନ୍ତି ସେ ନେଇ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।