ଖୋଲିଲା ମେଟ୍ରୋ ଟେଣ୍ଡର ଖୁବ୍ଶୀଘ୍ର ମେଟ୍ରୋ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ


ାା ପ୍ରଭାନୁ୍ୟଜ୍ ।ା ଭୁବନେଶ୍ୱର : ଭୁବନେଶ୍ୱର ମେଟ୍ରୋ ରେଳ ପାଇଁ ଟେଣ୍ଡର  ଖୋଲିଛି । ଗୁରୁବାର ଏକ ଘରୋଇ କମ୍ପାନୀ ଏହି ଟେଣ୍ଡର ହାସଲ କରିଛି । କମ୍ପାନୀ କ୍ୟାପିଟାଲ୍ ହସ୍ପିଟାଲ୍ରୁ ଆଚାର୍ଯ୍ୟ ବିହାର ଯାଏଁ କାମ କରିବ । ଭୁବନେଶ୍ୱର ମେଟ୍ରୋ ରେଳ କର୍ପୋରେସନ୍ ପକ୍ଷରୁ ଟେଣ୍ଡର ଡକା ଯାଇଥିଲା । ଏଥିରେ ରାଜ୍ୟ ବାହାରର ୧୨ କମ୍ପାନୀ ଟେଣ୍ଡର ପକାଇଥିଲେ । ସେଥିମଧ୍ୟରୁ ଏକ ଘରୋଇ କମ୍ପାନୀ ୫୬୧ ଟଙ୍କାରେ ଟେଣ୍ଡର ପକାଇ କାମ ନେଇଛି । ଫଳରେ ମେଟ୍ରୋ ପ୍ରକଳ୍ପ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । ପ୍ରଥମ ଟେଣ୍ଡରରେ କ୍ୟାପିଟାଲ ହସ୍ପିଟାଲ, ବାପୁଜୀନଗର, ଭୁବନେଶ୍ୱର ରେଳ ଷ୍ଟେସନ୍, ରାମମନ୍ଦିର, ବାଣୀବିହାର, ଆଚାର୍ଯ୍ୟ ବିହାର ଛକରେ ମେଟ୍ରୋ ଷ୍ଟେସନ୍ ନିର୍ମାଣ ସହ ଏଲିଭେଟେଡ୍ ରେଳ ପଥ ବିଛାଯିବ । ଏଥିପାଇଁ ୬୩୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି ।