ଗଜଲକ୍ଷ୍ମୀ ପୂଜା ପାଇଁ ମାଟି ଉଠାଣ

ଭଣ୍ଡାରିପୋଖରୀ : ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ଭାଗବତ ଜନ୍ମ ଓ ଇନ୍ଦୁ ପୂର୍ଣ୍ଣିମା ଅବସରରେ ମା’ ଗଜଲକ୍ଷ୍ମୀଙ୍କ ମୃଣ୍ମୟ ମୂର୍ତ୍ତି ପାଇଁ ରବିବାର ପୂର୍ବାହ୍ନ ୧୦ଟାରେ ମାଟି ଉଠା ପର୍ବ ପାଳନ କରାଯାଇଛି । ଜଗନ୍ନାଥ ବଜାର ବଣିକସଂଘ ମାଳଦା ପକ୍ଷରୁ ଆୟୋଜିତ ମା’ ଗଜଲକ୍ଷ୍ମୀ ପୂଜା ପାଇଁ କର୍ତ୍ତା ଭାବେ ସୁଦୀପ୍ତା ଶତପଥୀ ଓ ଅନିଲ୍ ଶତପଥୀ ସଂକଳ୍ପ କରି ମାଟି ଉଠା ପର୍ବ କାର୍ଯ୍ୟ ସଂମ୍ପାଦନ କରିଥିଲେ । ପୂଜକ ଭାବେ ବିଜୟ ତ୍ରିପାଠୀ, ବଣିକ ସଂଘର ସଭାପତି ଚନ୍ଦ୍ରଶେଖର ମହାନ୍ତି, ସଂପାଦକ ରାଜେନ୍ଦ୍ର ଶତପଥୀ, କମଳାକାନ୍ତ ସାମଲ, ଅଜୟ ବାରିକ, ନିଶିକାନ୍ତ ସୁତାର, ନିରାକାର ବେଉରିଆ, ଅଦ୍ୱୈତ ପରିଡ଼ା, ଦେବାଶିଷ ପଣ୍ଡା, ସୁଦାମ ଦାସ, ଶ୍ୟାମସୁନ୍ଦର ଦାସ, ନିରଞ୍ଜନ ବେଉରିଆ, ଲଳିତ ନାୟକ, ଧିରେନ୍ଦ୍ର ନାୟକ, ଦୁର୍ଯୋଧନ ଦାସ, ଗୋପାଳ କୁଅଁର, ମୁନୀବର ଧଳ, କୁନା ସାହୁ ପ୍ରମୁଖ ସହଯୋଗ କରିଥିଲେ ।