ଗଳି ପୋଲ ଦାବିରେ ଅଞ୍ଚଳବାସୀଙ୍କ ମେଳି
ବଡ଼ଚଣା : ଚଣ୍ଡିଖୋଲ-ପାରାଦ୍ୱୀପ ୫୩ ନଂ ଜାତୀୟ ରାଜପଥର କଟିକଟା-କେନ୍ଦୁମୁଳ ଠାରେ ଏକ ପୋଲ ଦାବିରେ ଅଞ୍ଚଳବାସୀ ମେଳି କରିଛନ୍ତି । ଠିକାଦାର ନିଦ୍ଧାରିତ ସ୍ଥାନରୁ ୨୫୦ମିଟର ପୂର୍ବକୁ ନିର୍ମାଣ କରିବାକୁ ସଜବାଜ ହୋଉଥିବା ବେଳେ, ୧୫ଦିନ ତଳେ ସ୍ଥାନୀୟ ଲୋକେ କାମ କୁ ବନ୍ଦ କରାଇଥିଲେ । ଆଜି ପୁନର୍ବାର ସ୍ଥାନୀୟ କଟିକଟା, ଗୋବଣ୍ଡିଆ, ମାତକାତପୁରର ଶହଶହ ଚାଷୀ ରାସ୍ତା ଉପରେ ମେଳିବାନ୍ଧି ପ୍ରତିବାଦ କରିଥିଲେ । ଆନେ୍ଦାଳନକୁ ସମର୍ଦ୍ଧନା ଜଣାଇ ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ସହ-ସଂଯୋଜକ ନିମାଇଁ ରାୟ, ଜିଲ୍ଲା କର୍ମକର୍ତା ମାଧବାନନ୍ଦ ଶାନ୍ତି, ବଲ୍ଲଭ ଜେନା, ବ୍ଲକ ସଂଗଠକ ପରୀକ୍ଷିତ ଶତପଥିଙ୍କ ସମେତ ସ୍ଥାନୀୟ ଗ୍ରାମବାସି ସେଖ୍ ନସିମ୍, ସେଖ ଫୟାଦ, ସେଖ୍ ଲୋକମାନ, ଆକବର ଖାଁ, ଦିଲ୍ଲୀପ ସାମଲ, ସେଖ୍ ଲାକୋ, ଉମେଶ ସାହୁ, କୃପାସିନ୍ଧୁ ମଳିକ, ରଙ୍କନିଧି ସାହୁ, ମମଜ ଖାଁ, ଉମେଶ ଧଳ ପ୍ରମୁଖ ପ୍ରତିବାଦ କରିଥିଲେ । ସେମାନେ ଚେତାଇ ଦେଇ କହିଥିଲେ ଯେ ଚାଷୀଙ୍କ ଦାବି ମୁତାବକ ଏଠାରେ ପୋଲ ନିର୍ମାଣ ନା ହେଲେ ଆଗାମୀ ଦିନରେ ଆନେ୍ଦାଳନ ତ୍ରିବ୍ରତର ହେବ ବୋଲି ଚେତାବନୀ ଦେଇଥିଲେ ।