ଠାକୁର ଅଭିରାମ ପରମହଂସଙ୍କ ସମ୍ମିଳନୀ ଉଦ୍ୟାପିତ
ରାଜନଗର : ରାଜନଗର ବ୍ଲକ ମହୁଲିଆଠାରେ ଜଗଦଗୁରୁ ଠାକୁର ଶ୍ରୀଶ୍ରୀ ଅଭିରାମ ପରମହଂସଦେବଙ୍କ ସମ୍ମିଳନୀ ଓ ଭକ୍ତମିଳନ ଉସôବ ଉଦ୍ୟାପିତ ହୋଇଯାଇଛି । ବାବାଜୀ ସଦାନନ୍ଦ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଧର୍ମ ସଭାରେ ମୁଖ୍ୟବକ୍ତା ଭାବେ ବାବାଜୀ ହରିଶଙ୍କର ଦାସ ମହାରାଜ ଠାକୁରଙ୍କ ଲୀଳାମୃତ ସମ୍ପର୍କରେ ଆଶୀର୍ବଚନ ପ୍ରଦାନ କରିଥିଲେ । ବାବାଜୀ ବନବିହାରୀ ଦାସ, ବାବାଜୀ ହରେକୃଷ୍ଣ ଦାସ, ବାବାଜୀ ପରମେଶ୍ୱର ଦାସ, ବାବାଜୀ ଦିବ୍ୟଚୈ÷ତନ୍ୟ ଦାସ, ବାବାଜୀ ଆତ୍ମାରାମ ଦାସ, ବାବାଜୀ ନବକିଶୋର ଦାସ, ବାବାଜୀ ଅଦୈ÷ତ ଦାସ, ବାବାଜୀ ସୁମନ୍ତ ଦାସ, ବାବାଜୀ ଦିନକୃଷ୍ଣ ଦାସ, ବାବାଜୀ ଦତାତ୍ରୟ ଦାସ, ବାବାଜୀ ଗୈ÷ାରାଙ୍ଗ ଦାସ ଲୀଳାମୃତ ସମ୍ପର୍କରେ ଆଶୀର୍ବଚନ ପ୍ରଦାନ କରିବା ସହ ବ୍ୟକ୍ତିଗତ ଜୀବନରେ ଧର୍ମ ପ୍ରତି ନିଷ୍ଠା ଓ ଅଧ୍ୟାତ୍ମିକ ଭାବରେ ପରିଚାଳିତ ହେଲେ ଜୀବନ ଶାନ୍ତିମୟ ହେବ ବୋଲି ମତବ୍ୟକ୍ତ କରିଥିଲେ । ଅମରେଶ ମହାରଣା ଓ ସାଥୀମାନେ ଭଜନ ପରିବେଷଣରେ କରିଥିଲେ । ଏହି ଅବସରରେ କମିଟିର ସଭାପତି ବିଶ୍ୱନାଥ ରାଉତ, ସମ୍ପାଦକ ବୈ÷କୁଣ୍ଠବିହାରୀ ଦାସ, ଶିକ୍ଷକ କଳ୍ପତରୁ ପରିଡା, ପରିଚାଳନା କମିଟିର ସମସ୍ତ ସଦସ୍ୟଙ୍କୁ ସନ୍ଥମାନେ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ଅବସରପ୍ରାପ୍ତ ଶିକ୍ଷକ ବ୍ରହ୍ମାନନ୍ଦ ରାଉତ ଓ ଧୃବଚରଣ ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅଧ୍ୟକ୍ଷ ଅଭିନ୍ନ କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।