ବାଇକ୍ ଧକ୍କାରେ ବୃଦ୍ଧଙ୍କ ମୃତୁ୍ୟ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅଧୀନରେ ଥିବା ଜାଜେସପାଙ୍ଗା ପଞ୍ଚାୟତର ଲଦଡି ଛକ ନିକଟରେ ଏକ ବାଇକ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତୁ୍ୟ ହୋଇଥିବା ଜଣାପଡିଛି । ମୃତ ବୃଦ୍ଧ ଜଣକ ସେହି ଲଦଡି ଗାଁର ମାଳି ଦିଗାଳ (୬୫) ବୋଲି ଜଣାପଡିଛି । ସୂଚନା ଅନୁସାରେ ମୃତ ବୃଦ୍ଧ ଜଣକ ଗାଁରେ ଥିବା ଏକ ଦୋକାନରୁ କିଛି ଜିନିଷ କିଣି ରାସ୍ତାରେ ଚାଲି ନିଜ ଘରକୁ ଫେରୁଥିବା ସମୟରେ ବିପରୀତ ଦିଗରୁ ଦ୍ରୁତଗତିରେ ଏକ ବାଇକ୍ ଆସି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ବୃଦ୍ଧାଙ୍କର ଘଟଣା ସ୍ଥଳରେ ହିଁ ମୃତୁ୍ୟ ହୋଇଥିଲା । ଅନ୍ୟପଟେ ଦୁର୍ଘଟଣା ଘଟାଇ ଥିବା ବାଇକ ଓ ବାଇକ ଚାଲାକ ଙ୍କୁ ଗ୍ରାମବାସୀ ଅଟକ ରଖିଥିବା ବେଳେ ଘଟଣାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଥିବା ବେଳେ ଖବର ଲେଖା ହେବା ପର୍ଯ୍ୟନ୍ତ ଘଟଣା ସ୍ଥଳରେ ପୋଲିସ ପହଁଞ୍ଚô ନଥିବା ଜଣାପଡିଛି । ଅନ୍ୟପଟେ ଦୁର୍ଘଟଣା ଘଟଇଥିବା ବାଇକ ଚାଲାକ ଜଣକ ସେହି ଜେଜେଶପାଙ୍ଗା ପଞ୍ଚାୟତ ଅଧୀନରେ ଥିବା କୁମ୍ଭାରପଦର ଗାଁ ର ବୋଲି ଜଣାପଡିଛି ।