ଶିକ୍ଷକଙ୍କ ସ୍ମୃତିଚାରଣ 

ବରୀ : ବରୀ ବ୍ଲକ ବୋଦୁଅ ପଞ୍ଚାୟତ ପଣ୍ଡାସାହି ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ବ୍ରଜମୋହନ ପଣ୍ଡାଙ୍କ ଦ୍ୱାଦଶାହ ଉପଲକ୍ଷେ ତାଙ୍କ ବାସଭବନ ଠାରେ ଏକ ସ୍ମୃଚାରଣ ସଭା ଅନୁଷ୍ଠିତ ହୋଇଯାଇଛି ।  ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ନରେନ୍ଦ୍ର କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପଞ୍ଚାନନ କର ଯୋଗଦେଇ ସ୍ୱର୍ଗତଃ ବ୍ରଜ ମୋହନ ପଣ୍ଡାଙ୍କ ସ୍ମୃୁତି ଉଦେ୍ଦଶ୍ୟରେ ସ୍ମରଣିକା ‘ଚିରନ୍ତନ 'କୁ ଉନ୍ମୋଚନ କରିଥିଲେ । ପୁତ୍ର ପ୍ରଫୁଲ କୁମାର ପଣ୍ଡା, ବହ୍ମାନନ୍ଦ ପଣ୍ଡା, ନିର୍ମଳ ଚନ୍ଦ୍ର ପଣ୍ଡା, ନିମାଇଁ ପଣ୍ଡା, ଝିଅ କଳ୍ପନା ପଣ୍ଡା, ଜ୍ୱାଇଁ ଯଦୁମଣି ପଣ୍ଡା, ନାତି ଜ୍ୟୋତି ପ୍ରକାଶ ପଣ୍ଡା ଏବଂ ସ୍ମୃତି ବିକାଶ ପଣ୍ଡା ତାଙ୍କର ସ୍ମୃତିଚାରଣ କରିଥିଲେ ।