ଛାତ୍ରୀଙ୍କୁ ଅସଦାଚରଣ, ଶିକ୍ଷକଙ୍କୁ ଜେଲ୍
ବାଣପୁର : ବାଣପୁର ବ୍ଲକ୍ ଅଧିନ ଚମ୍ପଦେଇପୁର ବାଲୁଙ୍କେଶ୍ୱର ଉଚ୍ଚ ପ୍ରାଥମିକ ସ୍କୁଲରେ ଷଷ୍ଠ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରୀ ଶ୍ରେଣୀ ଗୃହରେ ଏକୁଟିଆ ଥିବାର ସୁଯୋଗ ନେଇ ଶିକ୍ଷକ ପ୍ରଦୀପ୍ତ ସେଠୀ ଛାତ୍ରୀଙ୍କୁ ଅସଦାଚରଣ କରିଥିଲେ । । ଛାତ୍ରୀ ଘରକୁ ଫେରିବା ପରେ ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇ ଥିଲେ । ସେମାନେ ଏନେଇ ବାଣପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ଥାନା ଅଧିକାରୀ ରମେଶ କୁମାର ଦେବତା ସମ୍ପୃକ୍ତ ଶିକ୍ଷକଙ୍କୁ ଡାକି ପଚରା ପଚରି କରି ପୋକ୍ସ ଆକ୍ଟରେ ଶିକ୍ଷକଙ୍କୁ ପୋକ୍ସ କୋର୍ଟକୁ ପଠାଇଥିଲେ । ସେଠାରେ ସମ୍ପୃକ୍ତ ଶିକ୍ଷକଙ୍କୁ ଝାରପଡା ଜେଲ୍କୁ ପଠାଇ ଦିଆଯାଇଛି ।