ଚୋରା ମୋରମ ଚାଲାଣ ଅଭିଯୋଗ

 ଖଣ୍ଡପଡା : ଖଣ୍ଡପଡା ବ୍ଲକ ଅଧିନ ବେଣାଗାଡିଆ ପଞ୍ଚାୟତର ବରକୋଳି ମୌଜାରେ ଅବସ୍ଥିତ ସଂରକ୍ଷିତ ଜଙ୍ଗଲ ଜମିରୁ ମାଫିଆମାନେ ବର୍ଷ ବର୍ଷ ଧରି ଅବାଧରେ ମୋରମ ଚାଲାଣ କରୁଥିବା ନେଇ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଚୋରାରେ ମୋରମ ଚାଲାଣ ଯୋଗୁଁ ଜଙ୍ଗଲ ସମ୍ପଦ ଓ ମୃଭିକା କ୍ଷୟ ହେବା ସହ ଏକଦା ବନୀକରଣ ଯୋଜନାରେ ବନ ବିଭାଗ ପକ୍ଷରୁ ଉକ୍ତ ସ୍ଥାନରେ ରୋପଣ କରାଯାଇଥିବା ବୃକ୍ଷରାଜି ଗୁଡିକ ନଷ୍ଟ ହେବାରେ ଲାଗିଛି  । ପ୍ରଶାସନିକ ସ୍ଥାଣୁତାର ସୁଯୋଗ ନେଇ ମାଫିଆମାନେ ଅବାଧରେ ଉକ୍ତ ସ୍ଥାନରୁ ମୋରମ ଚାଲାଣ କରି ମୋଟା ଅଙ୍କର ଅର୍ଥ ଆୟ କରୁଥିବା ବେଳେ ରାଜ୍ୟ ସରକାର ଏ ବାବଦରେ ବିପୁଳ ପରିମାଣର ରାଜସ୍ୱ ହରାଉଥିବା ଅଭିଯୋଗ ହେଉଛି । ପ୍ରକାଶଥାଉକି ରାଜ୍ୟ ସରକାର ବନୀକରଣ ଯୋଜନାରେ ପ୍ରତିବର୍ଷ ଲକ୍ଷଲକ୍ଷ ଟଙ୍କା ବ୍ୟୟ କରୁଛନ୍ତି । ମାତ୍ର ତହସିଲ ପ୍ରଶାସନର ଅଣଦେଖା ଯୋଗୁଁ ମାଫିଆମାନେ ବେଶ ସକ୍ରିୟ ହୋଇ ଉଠିଥିବା ଅଭିଯୋଗ ହେଉଛି । ମାଫିଆମାନଙ୍କ କାର୍ଯ୍ୟକଳାପ ପ୍ରତି ଖଣ୍ଡପଡ଼ା ତହସିଲଦାର ଓ ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି ।