ଛାତ୍ରଙ୍କୁ ମାଡ଼ ଘଟଣାରେ ଶିକ୍ଷୟିତ୍ରୀ ନିଲମ୍ବିତ
ଢେଙ୍କାନାଳ: ଦଣ୍ଡ ମୁକ୍ତ ଅଞ୍ଚଳରେ ଦଣ୍ଡ ଦେଇ ନିଲମ୍ବିତ ହେଇଛନ୍ତି ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ୍ ସିମିନଇ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ କାଣ୍ଡି । ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ୧୧/୦୪/୨୦୨୫ ତାରିଖରେ ଜଣେ ୬ଷ୍ଟ ଶ୍ରେଣୀ ଛାତ୍ରଙ୍କୁ ମାଡ ମାରି ତାଙ୍କର ମୁଣ୍ଡ ଫଟାଇଦେଇଥିଲେ । ଏନେଇ ଓଡାପଡା ବ୍ଲକ୍ ଶିକ୍ଷା ଅଧିକାରୀ ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କୁ ନିଲମ୍ବନ କରିଛନ୍ତି । ଏଥି ସହିତ ଏହି ଘଟଣାର ତଦନ୍ତ ମଧ୍ୟ କରାଯିବ । ଜାତୀୟ ଶିକ୍ଷା ନୀତି ମାଧ୍ୟମରେ ସରକାର ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ଦିଗରେ କାର୍ଯ୍ୟ କରୁଛନ୍ତି । ସ୍କୁଲ ପରିସରକୁ ମଧ୍ୟ ଦଣ୍ଡମୁକ୍ତ ଅଞ୍ଚଳ ଭାବେ ଘୋଷଣା କରାଯାଇଛି । କାରଣ ଦଣ୍ଡ ଦେବା ଦ୍ୱାରା ପିଲାମାନେ ମାନସିକ ଭାବେ ଦୁର୍ବଳ ହେଇଯିବେ କ୍ଷ ସେମାନଙ୍କ ମନରେ ଭୟ ରହିବ ଓ ସେମାନେ ପଢାରେ ଠିକ୍ ସେ ମନ ନିବେଶ କରିପାରିବେ ନାହିଁ । ସେଥିପାଇଁ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପିଲାଙ୍କ ସହ ମିଶି ତାଙ୍କୁ ଭଲସେ ବୁଝାଇ ମାନସିକ ଭାବେ ଦୃଢ କରିବାକୁ କୁହାଯାଇଛି । ମାତ୍ର ପିଲାଙ୍କୁ ଦଣ୍ଡ ଦେଇ ସେମାନଙ୍କୁ ମାନସିକ ଭାବେ ଦୁର୍ବଳ କରୁଥିବାରୁ ଏହିଭଳି କାର୍ଯ୍ୟ ବିରୁଦ୍ଧରେ ଜିଲ୍ଲାପ୍ରଶାସନ ଢେଙ୍କାନାଳ ଶୂନ ସହନଶୀଳତା ନୀତି ଅବଲମ୍ବନ କରିଛି । ଏହିଭଳି କୌଣସି ବି କାର୍ଯ୍ୟକୁ ପ୍ରଶୟ ଦିଆଯିବ ନାହିଁ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଛାତ୍ରଛାତ୍ରୀଙ୍କ ପାଇଁ ଗୁଣାତ୍ମକ ଶିକ୍ଷା ଓ ଉଜ୍ଜଳ ଭବିଷ୍ୟତ ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନାମାନ କରାଯାଉଛି । ତେଣୁ ଏହି ପ୍ରରିପ୍ରେକ୍ଷୀରେ କୌଣସି ବି ବିଶୃଙ୍ଖଳାକୁ ପ୍ରଶୟ ଦିଆଯିବ ନାହିଁ । ଏଥିସହିତ ଏହି ଘଟଣାରେ ନିଲମ୍ବିତ ଶିକ୍ଷୟତ୍ରୀ ନିଜର ନିଲମ୍ବନ କାଳରେ ବ୍ଲକ୍ ମୁଖ୍ୟାଳୟ ନ ଛାଡିବାକୁ ନିଦେ୍ର୍ଦଶ ଦିଆଯାଇଛି ।