ବାଇକ୍ ଦୁର୍ଘଟଣାରେ ଜଣେ ମୃତ
ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଫିରିଙ୍ଗିଆ ଠାରୁ ସାଡୀଙ୍ଗିଆ ଯାଇଥିବା ମୁଖ୍ୟ ରାସ୍ତାର ଜେଜେଶପାଙ୍ଗା ନିକଟ କଟଡି ଘାଟି ନିକଟରେ ଏକ ମର୍ମାନ୍ତୁତ ସଡ଼କ ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କ ମୃତୁ୍ୟ ହୋଇଥିବା ବେଳେ ଅନ୍ୟଜଣେ ବାଇକ ଆରୋହୀ ଆହତ ହୋଇଥିବା ସୂଚନା ମିଳିଛି । ମୃତ ବାଇକ ଆରୋହୀ ଜଣକ ଫିରିଙ୍ଗିଆ ଥାନା ଡ଼ିମିରିଗୁଡା ଥାନା ପିଡିଆଗୁଡା ଗାଁର ହାରିବନ୍ଧୁ ମଳିକ ବୋଲି ଜଣାପଡିଥିବା ବେଳେ ଗୁରୁତର ଆହତ ହୋଇଥିବା ବାଇକ ଆରୋହୀ ଜଣକ କିଏ ଓ ସେ କୁଆଡେ ଗଲେ ବର୍ତମାନ ସୁଦ୍ଧା ତାଙ୍କର କୌଣସି ପତ୍ତା ମିଳିନାହିଁ । ସୂଚନା ଅନୁସାରେ ମୃତ ବ୍ୟକ୍ତି ଜଣକ ଅନ୍ୟଜଣେ ବ୍ୟକ୍ତିଙ୍କ ସହ ବାଇକ ରେ ନିଜ ଗାଁ ପିଡିଆଗୁଡାରୁ ସାଡୀଙ୍ଗିଆକୁ କୌଣସି କାମରେ ଯାଉଥିବା ସମୟରେ କଟଡି ଘାଟିର ବୁଲାଣି ନିକଟରେ ବାଇକଟି ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଆମ୍ବ ଗଛରେ ବାଡେଇ ହୋଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ବାଇକ ଆରୋହୀଙ୍କ ମୃତୁ୍ୟ ହୋଇଥିବା ବେଳେ ବାଇକ୍ରେ ବସିଥିବା ଅନ୍ୟ ଜଣେ ବାଇକ ଆରୋହୀ ଆହତ ହେବା ସତ୍ୱେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ପ୍ରତକ୍ଷ ଦର୍ଶୀ ମତ ଦେଇଛନ୍ତି । ଅନ୍ୟପଟେ ଘଟଣା ବିଷୟରେ ଖବର ପାଇଁ ଘଟଣା ସ୍ଥଳରେ ଫିରିଙ୍ଗିଆ ପୋଲିସ ପହଁଞ୍ଚô ଶବ ସହ ଦୁର୍ଘଟଣା ଗ୍ରସ୍ତ ବାଇକକୁ ଜବତ କାରି ଶବକୁ ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିସôାଲୟକୁ ପଠେଇ ଦେଇଛନ୍ତି । ସେପଟେ ଏହି ଘଟଣାକୁ ନେଇ ଫିରିଙ୍ଗିଆ ଥାନାରେ ୪୦/୨୦୨୫ ରେ ଏକ ଦୁର୍ଘଟଣା ଜନିତ ମୃତୁ୍ୟ ମାମଲା ରୁଜୁ କାରି ଅଧିକ ତଦନ୍ତ ଜାରିରହିଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ଗୋପୀନାଥ ପ୍ରଧାନ ।