୧୯ରେ ସୁଭଦ୍ରାଙ୍କୁ ନ୍ୟାୟ ଦାବି, ଜିଲ୍ଲା ବନ୍ଦ ଡାକରା
ତାଳଚେର : ତାଳଚେର ଲୋଧାଝରୀ ଗ୍ରାମର ଝିଅ ସୁଭ୍ରଦ୍ରା ପାଦିଲଙ୍କୁ ନ୍ୟାୟ ଦାବିରେ ଆସନ୍ତା ୧୯ତାରିଖ ସୋମବାର ଦିନ ଅନୁଗୋଳ ଜିଲ୍ଲା ବନ୍ଦ ଡ଼ାକରା ଦିଆଯାଇଛି । ବି.ଆର ଆମ୍ବେଦକର ସ୍ମୃତିପରିଷଦ, ଦଳିତ ମହାସଂଘ, ଅଖିଳଭାରତ ପରିସଂଘ, କଣିହାଁ ସୁରକ୍ଷାମଂଚ, ତାଳଚେର ରେଲୱେ ୟୁଜର୍ କମିଟି, ଉକ୍ରଳ ଆମ୍ବେଦକର ସମାଜସେବୀ, ଏସ୍ଏଷ୍ଟି ୟୁନିୟନ କଣିହାଁ, ଭିମ୍ କମିଟି, ମହାନଦୀ କୋଇଲା ଠିକାଶ୍ରମିକ କଂଗ୍ରେସ୍, ମହିଳାମଂଚ ଅନୁଗୋଳ, କୁଞ୍ଜବିହାରୀ ବେହେରା ସାଧାରଣ ସମ୍ପାଦକ ଦଳିତ ମହାସଂଘ, ମନୋଜ ନାଏକ ସଭାପତି ଦଳିତମଞ୍ଚ, ଏଲ ମାଣିକପ୍ରଭା ତାଳଚେର ସଭାନେତ୍ରୀ, ସତ୍ୟବ୍ରତ ମହାନ୍ତି, ଅନନ୍ତ ନାୟକ ପ୍ରମୁଖଙ୍କ ପକ୍ଷରୁ ୧୦ଦଫା ଦାବି ନେଇ ଜିଲ୍ଲା ବନ୍ଦ ଡ଼ାକରା ଦିଆଯାଇଥିବା ଆୟୋଜିତ ସାମ୍ବାଦିକ ସମ୍ମିଳନୀ ସୂଚନା ଦିଆଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ସଭାନେତ୍ରୀ ସସ୍ମିତା ବେହେରା ଦଳିତ ଝିଅ ସୁଭ୍ରଦ୍ରା ପାଦିଲଙ୍କ ନିଖୋଜ ପରେ ଗଣକୁକର୍ମ କରି ହତ୍ୟା ଘଟଣାରେ ସିଧାସଳଖ ଭାବେ ସରକାର ଓ ପୁଲିସ ପ୍ରଶାସନକୁ ଦାୟୀ କରିଛନ୍ତି । ଏଥିସହିତ ଘଟଣା ୧୯ଦିନ ପରେ ବି କାହିଁକି ପୁଲିସ ହାତ ଟେକି ଦେଇଛି? ଏ ନେଇ ପ୍ରଶ୍ନ ଉଠାଇଛନ୍ତି । ଦାବିଗୁଡ଼ିକ ମଧ୍ୟରେ ସମ୍ପୃକ୍ତ ଅପରାଧିମାନଙ୍କୁ ତୁରନ୍ତ ଗିରଫ କରି ଭାରତୀୟ ସମ୍ବିଧାନ ଆଇନ୍ ଅନୁଯାୟୀ କଠୋରୁ କଠୋର ଦଣ୍ଡ ବିଧାନ କରିବା, ଉପଯୁକ୍ତ ସମୟରେ ଘଟଣା ଗୁଡ଼ିକୁ ତଦାରଖ ନ କରି ଅବହେଳା କରିଥିବାରୁ ଥାନା ଅଧିକାରୀମାନଙ୍କୁ ଚାକିରୀରୁ ବହିଷ୍କାର କରିବା, ମୃତକ ଭଉଣୀ ସୁଭଦ୍ରା ପାଦିଲ ପରିବାରକୁ କ୍ଷତିପୂରଣ ବାବଦକୁ ସରକାରଙ୍କ ପକ୍ଷରୁ ୫୦ଲକ୍ଷ ଟଙ୍କା ପ୍ରଦାନ କରିବା, ସୁଭଦ୍ରା ପାଦିଲ ଘରର ଏକମାତ୍ର ରୋଜାଗରିଆ ଝିଅ ହୋଇଥିବାରୁ ତାଙ୍କର ପରିବାର ଜଣକୁ ଚାକିରୀ ଓ ବାସଗୃହ ଯୋଗାଇ ଦେବା, କଣିହାଁ ଠାରେ ଏକ ରେଳଷ୍ଟେସନ ନିର୍ମାଣ ଏବଂ ରେଳଷ୍ଟସନ ନିର୍ମାଣ ନହେବା ଯାଏଁ ତାଳଚେର ପର୍ଯ୍ୟନ୍ତ ଗମନାଗମନ ପାଇଁ ଏକ ସରକାରୀ ବସ୍ ଯୋଗାଇ ଦିଆଯାଉ, ତାଳଚେର ରେଳଷ୍ଟସନ ଠାରୁ ତାଳଚେର ରୋଡ଼ ରେଳଷ୍ଟସନ ପର୍ଯ୍ୟନ୍ତ ରାସ୍ତାକୁ ସ୍ୱତନ୍ତ୍ର ନିର୍ମାଣ କରି ଅତ୍ୟାଧୁନିକ କ୍ୟାମେରା ଏବଂ ଗମନାଗମନ ପାଇଁ ସରକାରୀ ବସ୍ ଯୋଗାଇ ଦିଆଯାଉ, ରେଳଷ୍ଟସନରେ ସମସ୍ତ ଅଟୋରିକ୍ସା ଓ ଅନ୍ୟାନ୍ୟ ଭଡ଼ାଗାଡ଼ି ଗାଡ଼ିକୁ ରେଳଷ୍ଟସନରେ ଭଡ଼ାରେ ସୂତ୍ରରେ ଲଗାଇବା ନିମନ୍ତେ ସରକାରୀ ପଞ୍ଜିକୃତ କରାଯାଇ ଯେଉଁ ଚାଳକମାନଙ୍କର ଅପରାଧିକ ମାମଲା ଅଛି ସେମାନଙ୍କୁ ଗାଡ଼ି ଚଳାଇବାକୁ ଅନୁମତି ଦିଆନଯାଉ, ରେଳଷ୍ଟସନ ଯାତ୍ରୀମାନେ ଯେଉଁ ଗନ୍ତବ୍ୟ ପଥକୁ ଯାତ୍ରା କରିବେ ତାହାର ସୁବ୍ୟବସ୍ଥା କରିବା ଓ ଯେଉଁ ଚାଳକ ଭଡ଼ା ସୂତ୍ରରେ ଯିବେ ସେମାନଙ୍କର ସମ୍ପୂର୍ଣ୍ଣ ଠିକଣା ସହିତ ସରକାରୀ ପଞ୍ଜିକୃତ କାର୍ଯ୍ୟାଳୟ/ଗାଡ଼ିଚାଳକ ସଂଘରେ ପଞ୍ଜିକୃତ କରାଯାଉ, ରେଳଷ୍ଟସନରେ ଟ୍ରେନ୍ ଫେଲ ଯାତ୍ରୀ କିମ୍ବା ଟ୍ରେନ ବିଳମ୍ବରେ ପହଞ୍ôଚବା ଯାତ୍ରୀମାନଙ୍କ ପାଇଁ ସ୍ୱତନ୍ତ୍ର ବିଶ୍ରାମଗୃହ ବ୍ୟବସ୍ଥା କରାଯାଉ ଆଦି ଉଲ୍ଲେଖ ରହିଛି । ଏହି ସାମ୍ବାଦିକ ସମ୍ମିଳନୀରେ ଏମ୍ ମାଣିକପ୍ରଭା ଓ କଂଗ୍ରେସ୍ ନେତା ରାଜ କିଶୋର ସାହୁ ସ୍ଥାନୀୟ ପୋଲିସର କାର୍ଯ୍ୟକଳାପକୁ ନେଇ ସନ୍ଦେହ ପ୍ରକଟ କରିବା ସହ ସେମାନଙ୍କୁ ତୁରନ୍ତ ଚାକିରି ବହିଷ୍କାର କରିବାକୁ ଦାବି କରିଛନ୍ତି ।