ଜଳସେବା ଓ ଅଂଶୁଘାତ ସଚେତନତା
ସାଲେପୁର:ସାଲେପୁର ସ୍ୱୟଂଶାସିତ ମହାବିଦ୍ୟାଳୟ ସମ୍ମୁଖରେ ଭାରତ ସ୍କାଉଟ୍ ଓ ଗାଇଡ୍ ପକ୍ଷରୁ ଜଳସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ସଂଗୀତା ମିଶ୍ରଙ୍କ ନିଦେ୍ର୍ଦଶ କ୍ରମେ ଜଳସେବା ଶିବିରକୁ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଡଃ ସ୍ୱାତୀ ପଣ୍ଡା ଏବଂ ଶୈକ୍ଷିକ ଅଧିକାରୀ ଜୟନ୍ତୀବାଳା ପରିଜା ଉଦ୍ଘାଟନ କରିଥିଲେ । ରୋଭର ସ୍କାଉଟ୍ ଲିଡର ଅଶୋକ କୁମାର ନାୟକ ତଥା ରେଞ୍ଜର ସ୍ୱାତୀମୁକ୍ତା ଷଡ଼ଙ୍ଗୀ ଶିବିରକୁ ପରିଚାଳନା କରିଥିଲେ । ମହା ବିଦ୍ୟାଳୟର ଅଧ୍ୟାପକ ଡଃ ଅସିତ୍ ପରିଜା, ନିରଂଜନ ବିଶ୍ୱାଳ, ସରୋଜ ବେହେରା, ଡଃ ସୁଶଶନ୍ତ କୁମାର ପାଢ଼ୀ, ଲେଫ୍ଟାନାଣ୍ଟ ଜୀବନଜ୍ୟୋତି ପଟ୍ଟନାୟକ, ନିତ୍ୟସୁନ୍ଦର ମିଶ୍ର, କ୍ଷୀରୋଦ କୁମାର ମିଶ୍ର, ମାନସ ରଂଜନ ପତି, ଅଧ୍ୟାପିକା ଶିବାନୀ ପାତ୍ର, ଆର୍ଯ୍ୟପୁତ୍ରୀ ସ୍ଥିତପ୍ରଜ୍ଞା, ରଶ୍ମିତା ନାୟକ, ସୁଶ୍ରୀସଂଗୀତା, ପ୍ରଭାସିନୀ ଲେଙ୍କା, ରଚନା ପ୍ରଧାନ, କ୍ରୀଡ଼ାଶିକ୍ଷକ ବସନ୍ତ କୁମାର ଲେଙ୍କା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସେହିପରି ମହାବିଦ୍ୟାଳୟର ରୋଭର ରେଞ୍ଜର ୟୁନିଟ୍ ପକ୍ଷରୁ ନିକଟବର୍ତ୍ତୀ ସ୍ଥାନ ବସ୍ଷ୍ଟାଣ୍ଡ୍ରେ ଯାତ୍ରୀମାନଙ୍କ ପାଇଁ ଅଂଶୁଘାତ ସଚେତନତା ଶିବିର ମଧ୍ୟ ଅନୁଷ୍ଠିତ ହୋଇଥିଲା ।