ଓଡ଼ିଆ ପକ୍ଷରେ ଲୋକକଳା ଦିବସ ପାଳିତ

 ଦେବଗଡ଼: ଓଡ଼ିଶା ଦିବସ ଠାରୁ ସାରା ରାଜ୍ୟରେ ଓଡିଆ ପକ୍ଷ ପାଳିତ ହେଉଛି  । ଦେବଗଡ ଜିଲ୍ଲା ତିଲେଇବଣି ବ୍ଲକ ଭେରୁବଣୀ ଗ୍ରାମରେ ଲୋକକଳା ପାଇଁ ଦିନଟିଏ ଉସôବ ଅନୁଷ୍ଠିତ ହୋଇଯାଇଛି  । ପାରମ୍ପରିକ ଲୋକକଳା ଏବଂ ସଂସ୍କୃତିକୁ ବଜାୟ ରଖିବା ସହିତ କଳାକାରଙ୍କୁ ଉସôାହୀତ କରିବା ପାଇଁ ରାଜ୍ୟ ସରକାର ଏଭଳି ଏକ ଅଭିନବ ପ୍ରୟାଶ କରିଛନ୍ତି  । ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅବସରରେ ଲୋକକଳା ଗ୍ରାମ ଭେରୁବଣିରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା  । ଏଥିରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଓ ସମ୍ମାନୀତ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ, ଉପ ଜିଲ୍ଲାପାଳ ପରକ୍ଷିତ ସାହୁ, ଜିଲ୍ଲା ନିୟୋଜନ ଅଧିକାରୀ ବିଜୟ କୁମାର ଉପାଧ୍ୟାୟ, ଭାରପ୍ରାପ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଶିଶିର କୁମାର ପୁହାଣ, ସହକାରୀ ନିଦେ୍ର୍ଦଶକ ଉଦ୍ୟାନ ବିଭାଗ ଅନ୍ତର୍ଜାମୀ ସାହୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରିୟଦର୍ଶିନୀ ମୀର୍ଦ୍ଧା, ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ା ବଂଶୀଧର ପାତ୍ର, ସ୍ଥାନୀୟ ସରପଞ୍ଚ ଉଦିତ କୁମାର ନାଏକ ପ୍ରମୁଖ ଯୋଗଦେଇ ଥିଲେ  । ସେଠାରେ ବିଭିନ୍ନ ବିଭାଗର ୨୭ ଜଣ ବରିଷ୍ଠ କଳାକାରମାନଙ୍କୁ ସମ୍ମାନୀତ କରାଯାଇଥିଲା  । ଏଥିସହ କଳାକାରମାନେ ପାରମ୍ପରିକ କଳା ପ୍ରଦର୍ଶନ କରିଥିଲେ  । କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ତଥା ଜିଲ୍ଲା ସଂସ୍କୃତି ଅଧିକାରୀ ମନୋରଞ୍ଜନ ସୂତାର ସଂଯୋଜନା କରିଥିଲେ  ।