ଜାତୀୟ ପତ୍ରବାଚନ ସେମିନାର୍ ଉଦ୍ଘାଟିତ
ଜୟପୁର: ଶିକ୍ଷକ ଶିକ୍ଷା ବିଭାଗରେ ନ୍ୟାସନାଲ ସେମିନାର୍ ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ ଜୟପୁର ସ୍ଥିତ ଶିକ୍ଷକ ଶିକ୍ଷା ବିଭାଗର ଆନୁକୂଲ୍ୟରେ ଦୁଇ ଦିବସୀୟ ଜାତୀୟ ପତ୍ରବାଚନ ନ୍ୟାସନାଲ ସେମିନାର୍ ଉଦ୍ଘାଟିତ ହୋଇଯାଇଛି । ବିକଶିତ ଭାରତ ଗଠନରେ ଶିକ୍ଷକ ଶିକ୍ଷା ଶୀର୍ଷକ ସେମିନାରକୁ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଦେବୀ ପ୍ରସାଦ ମିଶ୍ର ଉଦ୍ଘାଟନ କରିଥିଲେ । ଏଥିରେ ଏନ୍ସିଇଆରଟି ନୂଆଦିଲ୍ଲୀର ପ୍ରାକ୍ତନ ନିଦେ୍ର୍ଦଶକ ଓ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ବର୍ତ୍ତମାନର ପ୍ରଫେସର ଡ଼ଃ ହୃଷୀକେଶ ସେନାପତି ମୁଖ୍ୟଅତିଥି, ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ରାଜ୍ୟ ପାଠ୍ୟକ୍ରମ ଆଧାରର ଅଧ୍ୟକ୍ଷ ପ୍ରଫେସର ନିତ୍ୟାନନ୍ଦ ପ୍ରଧାନ ମୁଖ୍ୟବକ୍ତା, ଉଚ୍ଚ ଶିକ୍ଷା ବିଭାଗର ଜୟପୁର ସ୍ଥିତ ଆଞ୍ଚଳିକ ନିଦେ୍ର୍ଦଶଳାୟର ଆଞ୍ଚଳିକ ନିଦେ୍ର୍ଦଶନାକ ଡ଼ ଗୋପାଳ ହାଲଦାର ଏବଂ ଲୋତିକା ମିଶ୍ର କ୍ଷେତ୍ରୀୟ ନିଦେ୍ର୍ଦଶିକା ଇଗନୁ ସମ୍ମିଳନୀରେ ଅତିଥି ଭାବରେ ଯୋଗ ଦେଇ ବିକଶିତ ଭାରତ ଗଠନରେ ଶିକ୍ଷା ଓ ଶିକ୍ଷକ ଶିକ୍ଷାର ଭୂମିକା ସମ୍ବନ୍ଧରେ ବିଷଦ ଆଲୋଚନା କରିଥିଲେ । ପ୍ରାଚୀର ପତ୍ରିକା କୁନ୍ଦ କଳିକା, ପାଠ୍ୟଉପକରଣ ପ୍ରଦର୍ଶନୀ ଓ ଚିତ୍ରକଳା ପ୍ରଦର୍ଶନୀ ଉଦ୍ଘାଟନ ପରେ ସେମିନାର ଉଦ୍ଘାଟନୀ ଆରମ୍ଭ ହୋଇଥିଲା । ସେମିନାରର ଆବାହକ ତଥା ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ଡ଼ ପ୍ରଶାନ୍ତ କୁମାର ପାତ୍ର ସ୍ୱାଗତ ଭାଷଣ ଓ ସେମିନାରର ସଂଗଠନ ସଂପାଦକ ତଥା ଶିକ୍ଷକ ଶିକ୍ଷା ବିଭାଗର ବିଭାଗୀୟ ମୁଖ୍ୟ ଡ଼ ମନୋରଞ୍ଜନ ପ୍ରଧାନ ଦୁଇଦିନର ସଂପୂର୍ଣ୍ଣ କାର୍ଯ୍ୟକ୍ରମ ଓ ସେମିନାର ଆଭିମୁଖ୍ୟ ସମ୍ବନ୍ଧରେ ଉଲ୍ଲେଖ କରିଥିଲେ । ଶେଷରେ ଲୋକେଶ ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ ।