ପୁସ୍ତକ "କମେଡି ଇନ୍ ଖାକି’ ବିରୋଧରେ ବିକ୍ଷୋଭ

 ହିଞ୍ଜିଳିକାଟୁ: ପୂର୍ବତନ ଆଇପିଏସ୍ ଅଧିକାରୀ ପ୍ରକାଶ ମିଶ୍ରଙ୍କ "କମେଡି ଇନ୍ ଖାକି’ ପୁସ୍ତକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ହିଞ୍ଜିଳି ଉପରେ ବେରୁଚିକର ଲେଖା ପ୍ରତିବାଦରେ ହିଞ୍ଜିଳିକାଟୁରେ ଏକ ପ୍ରତିବାଦ ଓ ବିକ୍ଷୋଭ ରାଲି ଆୟୋଜିତ ହୋଇଛି । ବିଜେଡି ନଗର ସଭାପତିଙ୍କ ନେତୃତ୍ୱରେ ଆୟୋଜିତ ରାଲି ବିଜୁପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରୁ ବାହାରି ହିଞ୍ଜିଳିକାଟୁ ବିଜୁ ଛକ ପର୍ଯ୍ୟନ୍ତ ପହଞ୍ଚôଥିଲା । ବିଜୁପଟ୍ଟନାୟକ ଛକରେ ବିଜେଡି ନେତୃବୃନ୍ଦ ପ୍ରକାଶ ମିଶ୍ରଙ୍କ କମେଡି ଇନ୍ ଖାକି ପୁସ୍ତକ ବ୍ୟାନ କରିବାକୁ ଦାବି କରି ପ୍ରକାଶ ମିଶ୍ରଙ୍କ କୁଶପୁତ୍ତଳିକା ଦାହ କରିଥିଲେ ।  ଦୀର୍ଘ ୨୫ ବର୍ଷ ଧରି ହିଞ୍ଜିଳିର ଜନ ସାଧାରଣଙ୍କ ପ୍ରତିନିଧି ରୂପେ ନବୀନ ପଟ୍ଟନାୟକ ନିର୍ବାଚିତ ହୋଇ ଆସୁଛନ୍ତି । ତେଣୁ ହିଞ୍ଜିଳିର କିଏ ବିଧାୟକ ବୋଲି ଲଘୁ ମନ୍ତବ୍ୟ ଅତ୍ୟନ୍ତ ହାସ୍ୟାସ୍ପଦ ଅଟେ । ପୁଲିସ ଅଧିକାରୀରୁ ରାଜନେତା ହୋଇଥିବା ପ୍ରକାଶ ମିଶ୍ରଙ୍କ ଏହି ବହି କପୋଳକଳ୍ପିତ ଏବଂ ଉଦେ୍ଦଶ୍ୟ ପ୍ରଣୋଦିତ ବୋଲି ବିଜେଡି ନିର୍ବାଚନ ମଣ୍ଡଳୀର ପ୍ରତିନିଧି ଦେବାନନ୍ଦ ମହାପାତ୍ର ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ହିଞ୍ଜିଳିକାଟୁ ବ୍ଲକ୍ ଅଧ୍ୟକ୍ଷା, ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ବିରୋଧୀ ଦଳ ନେତାଙ୍କ ନୋମିନି ପ୍ୟାରୀମୋହନ ପାଢି, ସରପଞ୍ଚ, ସମିତି ସଭ୍ୟ, ଜନପ୍ରତିନିଧି, ବିଜେଡି ନେତା ଓ କର୍ମୀଙ୍କ ସହ ବିଭିନ୍ନ ସଙ୍ଗଠନର ପ୍ରତିନିଧି ଯୋଗ ଦେଇଥିଲେ ।