ସମାଜସେବୀଙ୍କ ପରଲୋକ


ାା ପ୍ରଭାନୁ୍ୟଜ ।ା ବାଲିକୁଦା : ବଡ଼ଚଣା ବ୍ଲକ ନଳୀପୁର ଗ୍ରାମର ସମାଜସେବୀ ସୁବୋଧ କୁମାର ବଳଙ୍କ ପରଲୋକ ଘଟିଛି । ଦୁଇବର୍ଷ ହେବ ସେ ଅସୁସ୍ଥ ଥାଇ ଚିକିସôାଧିନ ଅବସ୍ଥାରେ ଥିଲେ । ମାତ୍ର ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ପରିବାର ଲୋକେ ତାଙ୍କୁ  କଟକ ଏକ ଘରୋଇ ଡ଼ାକ୍ତରଖାନାରେ ଭର୍ତି କରିଥିଲେ । ଚିକିସôାଧିନ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିଲା । ଖବର ପାଇ ବଡ଼ଚଣା ବିଧାୟକ ଅମର କୁମାର ନାୟକ, ନଳୀପୁର ସରପଞ୍ଚ ସେକ୍ ଅବଦୁଲ ଗନି, ବାଲିଚନ୍ଦ୍ରପୁର ସରପଞ୍ଚ ପ୍ରତିନିଧି ଅମୀୟ ସାହାଣୀ, ପ୍ରାକ୍ତନ ସରପଞ୍ଚ ବିଳାସ ଚନ୍ଦ୍ର ବାରିକ, ଆଇନଜୀବୀ ପ୍ରତାପ ଚନ୍ଦ୍ର ନାୟକ, ପ୍ରାକ୍ତନ ସମିତିସଭ୍ୟ ଅମୀୟ କୁମାର ବିଶ୍ୱାଳ, ସତ୍ୟପ୍ରକାଶ ଜେନା, ଉମେଶ କୁମାର ରାଉତ, ଭରତ ଚନ୍ଦ୍ର ରାଉତଙ୍କ ସମେତ ପ୍ରେସ୍କ୍ଲବ ବାଲିଚନ୍ଦ୍ରପୁରର ସଦସ୍ୟ ବାସଭବନରେ ପହଞ୍ଚି ଶବ ଧାରାରେ ପୁଷ୍ପମାଲ୍ୟ ଅର୍ପଣ କରି ଶେଷଦର୍ଶନ କରିଥିଲେ । ମର ଶରୀରକୁ ଶୋଭାଯାତ୍ରାରେ ନିଆଯାଇ ଗାଁ ପରିକ୍ରମା ପରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ବଡ଼ପୁଅ ଦୀପକ ମୁଖାଗ୍ନି ଦେଇଥିବା ବେଳେ ମୃତୁ୍ୟ ଶଯ୍ୟା ନିକଟରେ  ପରିବାର ବର୍ଗ ଉପସ୍ଥିତ ଥିଲେ ।