ଦିବ୍ୟାଙ୍ଗ ଓ ବରିଷ୍ଠଙ୍କୁ ଉପକରଣ ବଣ୍ଟନ

 ଜୟପୁର: ପୌରପାଳିକାର ସହିଦ ଲକ୍ଷ୍ମଣ ନାୟକ ସଭାଗୃହ ଟାଉନ ହୋଲ ଠାରେ  ଦିବ୍ୟାଙ୍ଗ ଏବଂ ବରିଷ୍ଠ ନାଗରିକଙ୍କୁ ସହାୟକ ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜୟପୁର ବ୍ଲକ ଏବଂ ପୌରପାଳିକାର ୧୩୭ ଜଣ ଭିନ୍ନକ୍ଷମ ଏବଂ ବରିଷ୍ଠ ନାଗରିକଙ୍କୁ ବିଭିନ୍ନ ପ୍ରକାରର ସହାୟକ ଉପକରଣ  ବ୍ୟାଟେରି ଚାଳିତ ଟ୍ରାଇସାଇକେଲ, ବ୍ୟାଟେରି ଚାଳିତ ଜଏଷ୍ଟିକ, ହ୍ୱିଲ ଚେୟାର,ଟ୍ରାଇ ସାଇକେଲ, ଆଶାବାଡି, ଶ୍ରବଣ ଯନ୍ତ୍ର ଇଦ୍ୟାଦି  ବଣ୍ଟନ କରାଯାଇଥିଲା । ୩ ଜଣ ଦିବ୍ୟାଙ୍ଗ ଦମ୍ପତ୍ତିଙ୍କୁ ବିବାହ ପ୍ରସôାହନ ରାଶି ୨ ଲକ୍ଷ ପଚାଶ ହଜାର ଟଙ୍କା ମୁଖ୍ୟ ଅତିଥି ମାନ୍ୟବର ବିଧାୟକ  ତାରା ପ୍ରସାଦ ବାହିନିପତିଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା ଏବଂ ୩ ଜଣ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା ପାଇଁ ଛାତ୍ର ବୃତ୍ତି ୫୦ ହଜାର ଟଙ୍କା ଲେଖାଏ ପ୍ରଦାନ କରାଯାଇଥିଲା ଏତଦ ବ୍ୟତୀତ ୧୬୦ ଜଣ ହୀତାଧିକାରୀଙ୍କୁ ପୌରପାଳିକା ଦ୍ୱାରା ଭୂମି ଅଧିକାର ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା  । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ  ନରେନ୍ଦ୍ର କୁମାର ମହାନ୍ତି ଅଧ୍ୟକ୍ଷ ପୌରପାଳିକା ଜୟପୁର, ବି. ସୁନିତା ଉପାଧ୍ୟକ୍ଷା, ସୁଶ୍ରୀ ଏ. ସଶ୍ୟା ରେଡ୍ଡି, ଉପଜିଲ୍ଲାପାଳ ତାଥା କାର୍ଯ୍ୟନିର୍ବାହି ଅଧିକାରୀ, ପୌରପାଳିକା, ଜୟପୁର,  କୃତିବାସ ସାହୁ, ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ, ଜୟପୁର ଏବଂ ଶ୍ରୀମତୀ ସ୍ମିତା ମହାପାତ୍ର, ହିନ୍ଦୁସ୍ତାନ ଏରୋନଟିକସ୍ ଲିମିଟେଡ, ସୁନାବେଡା ଯୋଗନାଦ କରିଥିଲେ  ।  ଏହି କାର୍ଯ୍ୟକ୍ରମକୁ ହିନ୍ଦୁସ୍ତାନ ଏରୋନୋଟିକସ୍ ଲିମିଟେଡ, ସୁନାବେଡା ଦ୍ୱାରା ସମସ୍ତ ସହାୟକ ଉପକରଣ ପ୍ରଦାନ କରାଯାଇ ଥିଲା ।ଏହି କାର୍ଯ୍ୟକ୍ରମକୁ  ଚପଳା ମିଶ୍ର, ଉପବିଭାଗ ଅଧିକାରୀ,  କେ. ନିଷା ନାୟର,  ପୁନମ ସାହୁ,  ମଧୁସ୍ମୀତା ପ୍ରହରାଜ,  ପ୍ରଶାନ୍ତି ସାମଲ,  ରିତୁ ବେହେରା, ଜଗନ୍ନାଥ ନାୟକ, ସଞ୍ଜୟ କୁମାର ମାର୍ଥା ଆୟୋଜନ କରିଥିଲେ ଏବଂ ପୌରପାଳିକାର ସମସ୍ତ କର୍ମଚାରୀ ଏଥିରେ ସହଯୋଗ କରିଥିଲେ ।