ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ ହେଲେ ସୌମ୍ୟସଂଜୀବ
ନାଉଗାଁ : ପ୍ରଦେଶ ଛାତ୍ର କଂଗ୍ରେସର ରାଜ୍ୟ କମିଟି ଘୋଷଣା ହୋଇଛି । ଏହି କମିଟିରେ ଜଗତସିଂହପୁର ଜିଲ୍ଲାରୁ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ନାଉଗାଁ ଛାତ୍ର ସଂସଦର ପୂର୍ବତନ ସଭାପତି ସୌମ୍ୟ ସଞ୍ଜୀବ ଦାସଙ୍କୁ ରାଜ୍ୟ ସାଧାରଣ ସମ୍ପାଦକ ଭାବେ ନବ ନିଯୁକ୍ତି ମିଳିଛି । ଏହି ନିଯୁକ୍ତି ଖବର ମିଳିବା ପରେ ଦାସଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି । ଦାସ ନାଉଗାଁ ତଥା ଜଗତସିଂହପୁରର ଜିଲ୍ଲାର ଜଣେ ଟାଣୁଆ ଛାତ୍ର ନେତା ଭାବେ ପରିଚୟ ରହିଛି । ସେ ଜଣେ ଦକ୍ଷ ସଂଗଠକ ଭାବେ ତାଙ୍କର ସଂଗଠନ ରହିଛି । ତାଙ୍କର ଏହି ନିଯୁକ୍ତି ଖବର ପାଇଁ ଜଗତସିଂହପୁର ଜିଲ୍ଲାର କଂଗ୍ରେସ ଓ ଛାତ୍ର କଂଗ୍ରେସ ମଧ୍ୟରେ ଖୁସିର ଲହରୀ ଦେଖିବାକୁ ମିଳିଛି । ଦାସ ଏହି ଅବସରରେ ବିରରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ରାଜ୍ୟ ପିସିସି ସଭାପତି ଭକ୍ତ ଚରଣ ଦାସ, ପୂର୍ବତନ ସାଂସଦ ରଞ୍ଜୀବ ବିଶ୍ୱାଳ, ରାଜ୍ୟ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ, ବିପ୍ଳବ ଚୌଧୁରୀ, ସୌମ୍ୟଜିତ ଦାଶ ଏବଂ ବ୍ଲକ ସଭାପତି ବିଚିତ୍ରା ନନ୍ଦ ଲେଙ୍କାଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।