ଜଗବନ୍ଧୁ ହାଇସ୍କୁଲର ବାର୍ଷିକ ଉତ୍ସବ 

 ବଡ଼ସାହି: ବଡ଼ସାହି ବ୍ଲକ ଅନ୍ତର୍ଗତ ବାଲିଯୋଡ଼ା ଗ୍ରାମସ୍ଥିତ ଜଗବନ୍ଧୁ ହାଇସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ପାର୍ବତୀ ମୁର୍ମୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ବାରିପଦା ଉପଜିଲ୍ଲାପାଳ ଡ଼. ଦୟାସିନ୍ଧୁ ପରିଡା ଯୋଗ ଦେଇ ଛାତ୍ରଛାତ୍ରୀମାନେ ନିଜକୁ ସୁନାଗରିକ ରୂପେ ନିଜକୁ ଗଢି ତୋଳି ଆଗାମୀ ଦିନରେ ଦେଶ ପାଇଁ କାର୍ଯ୍ୟ କରିବା ଉଚିତ୍ ଓ ଶିକ୍ଷାର୍ଥୀମାନଙ୍କ ଭୂଷଣ ହେଉଛି ଶୃଙ୍ଖଳା ବୋଲି କହିଥିଲେ । ମୁଖ୍ୟବକ୍ତା ରୂପେ ଶ୍ରୀଜଗନ୍ନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବାଲିଯୋଡ଼ାର ଅଧ୍ୟକ୍ଷ ସନ୍ତୋଷ କୁମାର ଦାସ, ଅନ୍ୟତମ ଅତିଥିରୂପେ ଶିକ୍ଷାବିତ୍ ମୋହନ ଚରଣ ମହାନ୍ତ, ପୂର୍ବତନ ପ୍ରଧାନଶିକ୍ଷକ ବିଶ୍ୱବ୍ରତ ଭୂୟାଁ ଓ ଶଙ୍କର ଜେନା,ବରିଷ୍ଠ ଶିକ୍ଷକ ପଦ୍ମଲୋଚନ ରଣା, ଗୁଡିଆଲବନ୍ଧର ପୂର୍ବତନ ସରପଞ୍ଚ ଦାଶରଥି କାଣ୍ଡି, ନାଏବ ସରପଞ୍ଚ ବିଜୟ ହାଁସଦା, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ସନ୍ତୋଷ ନାଏକ, ସୋମନାଥ ନାଏକ, ସନ୍ତୋଷ ନାଏକ, ଗଦାଧର ମହାନ୍ତ, ସଞ୍ଜୁଲତା ମହାନ୍ତ, ବରିଷ୍ଠ ଗଣିତ ଶିକ୍ଷକ ମନୋଜ ପରିଡା, ଜିଲ୍ଲା ଓଷ୍ଟା ସଙ୍ଘର କାର୍ଯ୍ୟକାରୀ ସଦସ୍ୟ  ଅଭିନନ୍ଦନ ମହୁରୀ ପ୍ରମୁଖ ଯୋଗ ଦେଇ ବାର୍ଷିକ ଉସôବ ଓ ବାର୍ଷିକ କ୍ରୀଡା ଉସôବ ଉପଲକ୍ଷେ ଅନୁଷ୍ଠିତ ପ୍ରତିଯୋଗିତାରେ ଶତାଧିକ କୃତି ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ଓ ଟ୍ରଫି ଦେଇ ପୁରସ୍କୃତ କରିଥିଲେ ।୨୦୨୪-୨୫ ଶିକ୍ଷା ବର୍ଷର ଶ୍ରେଷ୍ଠ କୁନି ବୈଜ୍ଞାନିକ ଭାବେ ପ୍ରୀତିସ୍ମିତା ଦାସ ଏବଂ ଶ୍ରେଷ୍ଠ କ୍ରୀଡାବିତ୍ ଭାବେ ବାଳକ ବିଭାଗରେ ବିରଜା ସିଂ ଓ ବାଳିକା ବିଭାଗରେ ସିନିଗ ଟୁଡୁଙ୍କୁ ପୁରସ୍କୃତ କରାଯାଇଥିଲା । ସ୍ୱାଗତ ଭାଷଣ  ଶିକ୍ଷକ ଦୀପକ ରାମ ଦେଇଥିବା ବଳେ ମଞ୍ଚ ପରିଚାଳନା ଶିକ୍ଷକ ପାର୍ଥସାରଥୀ ଜେନା, ନୃତ୍ୟ କାର୍ଯ୍ୟକ୍ରମ ପରିଚାଳନା ଶିକ୍ଷୟିତ୍ରୀ ତପସ୍ୱିନୀ ସାହୁ କରିଥିଲେ । ଶେଷରେ ଶିକ୍ଷୟତ୍ରୀ ରୋଜାଲିକା ଗିରି ଧନ୍ୟବାଦ ଅର୍ପଣ କରିଥିଲେ ।