ଫଳକରେ ସୀମିତ ରାସ୍ତା ନିର୍ମାଣ କାର୍ଯ୍ୟ
ଖଣ୍ଡପଡ଼ା : ଖଣ୍ଡପଡ଼ା ବ୍ଲକ ଅଧିନ ଖଳିସାହି ଗ୍ରାମ ବଡସାହିରେ ଏକ ସିମେଣ୍ଟ କଂକ୍ରିଟ ରାସ୍ତା ନିର୍ମାଣ ନିମନ୍ତେ ବିକଶିତ ଗାଁ ବିକଶିତ ଓଡିଶା ଯୋଜନାରେ ବ୍ଲକ ପ୍ରଶାସନ ପକ୍ଷରୁ ୩ ଲକ୍ଷ ଟଙ୍କା ମଞ୍ଜୁର ହେବା ପରେ ରାସ୍ତା ନିର୍ମାଣ ନିମନ୍ତେ ସ୍ଥାନୀୟ ଅଞ୍ଚଳରେ ଗତ ୨ ମାସ ତଳେ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଥିଲା । ମାତ୍ର ପ୍ରଶାସନିକ ଉଦାସୀନତା ଯୋଗୁଁ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ପାରୁନି । ଫଳରେ ସାମାନ୍ୟ ବର୍ଷା ହେଲେ ଗ୍ରାମ୍ୟ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି । କାଦୁଅ ପଙ୍କରେ ବଡସାହି ରାସ୍ତା ପୋତିହୋଇ ପଡୁଥିବା ବେଳେ, ସ୍ଥାନୀୟ ବାସିନ୍ଦା ଯାତାୟତ ନିମନ୍ତେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ରାସ୍ତା ନିର୍ମାଣ କାର୍ଯ୍ୟ ଶିଘ୍ର ଆରମ୍ଭ କରି ଶେଷ କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି । ଏଥିପ୍ରତି ଖଣ୍ଡପଡ଼ା ବ୍ଲକ ଉନ୍ନୟନ ଅଧିକାରୀ, ଖଳିସାହି ପଞ୍ଚାୟତ ଦାୟୀତ୍ୱରେ ଥିବା ଯନ୍ତ୍ରୀ ଓ ପଞ୍ଚାୟତ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି ।