କୃଷି ବିଭାଗ ପକ୍ଷରୁ କ୍ଷେତ୍ର ଦିବସ
ଦଶରଥପୁର :ବ୍ଲକ କୃଷି ବିଭାଗ ପକ୍ଷରୁ ଛଚିଣା ପଞ୍ଚାୟତରେ ଡାଲି ଜାତୀୟ ଫସଲ କରିଥିବା ଚାଷୀ ମାନଙ୍କୁ ନେଇ ଆଳାପ ଆଲୋଚନା ଅନୁଷ୍ଠିତ ହୋଇଯାଇଛି । ଚାଷୀ ରଜତ କୁମାର ମହାପାତ୍ର, ମହେନ୍ଦ୍ର ଜେନା ନିଜର ଅନୁଭୂତି, ଅଭିଜ୍ଞତା ଫସଲ ଅମଳ, ସରକାରୀ ସାହାଯ୍ୟ ସହଯୋଗ ଓ ସାମ୍ନା କରିଥିବା ଅସୁବିଧା ସମ୍ପର୍କରେ ମତ ରଖିଥିଲେ । ବିହନ, କୀଟ ନାଶକ ଔଷଧ, ଫସଲ ସୁରକ୍ଷା ପାଇଁ ମାଗଣାରେ ମିଳୁଥିବା, ବିହନ, ଉପକରଣ ସଂପର୍କରେ ଚାଷୀ କହିବା ସହଷଣ୍ଢ, ମାଙ୍କଡ, ଗାଈ ଗୋରୁଙ୍କ ଠାରୁ ମୁଗ ଫସଲର ସୁରକ୍ଷା ପାଇଁ ଝଟକା ମେସିନ ଉପଲବ୍ଧ ନହେବା ନେଇ କ୍ଷୋଭ ପ୍ରକାଶ କରିଥିଲେ । ହେକ୍ଟର ପିଛା ୭ ରୁ ୮ କ୍ୱିଣ୍ଟାଲ ମୁଗ ଅମଳ କରି ଏଠିକାର ଚାଷୀ ସମଗ୍ର ଜିଲାରେ ଶ୍ରେଷ୍ଠତା ପ୍ରତିପାଦନ କରିଛନ୍ତି ବୋଲି ମୁଖ୍ୟ କୃଷି ଅଧିକାରୀ ଜିଲା ସଂଯୋଜକ ଉଦିତ ନାରାୟଣ, ସାଂସଦଙ୍କ ପ୍ରତିନିଧି ଜୀତେନ୍ଦ୍ର ବିଶ୍ୱାଳ, ବ୍ଲକ କୃଷି ଅଧିକାରୀ ସ୍ୱାଗତିକା ମିଶ୍ର ଅଭିଭାଷଣରେ ପ୍ରକାଶ କରିଥିଲେ । ସିଡ୍ସ ସମ୍ପାଦକ ପ୍ରଦୁ୍ୟମ୍ନ ନାୟକ ସମସ୍ତଙ୍କ ସହଯୋଗରୁ ସଫଳତା ମିଳିଛି ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଭୂତି ଭୂଷଣ ପତି, ଶୁଭ୍ର ଜୀତ ବେହେରା, ମନୋଜ କୁମାର ରାଉତ, ଆନନ୍ଦ କୁମାର ପାଣ୍ଡବ, ସମିତି ସଭ୍ୟ ସତ୍ୟ ପ୍ରସନ୍ନ ମହାପାତ୍ର ପ୍ରମୁଖ କୃଷି ବିଭାଗ, ଏନ୍ ଜି ଓ ସି ଡ୍, ଓ ଚାଷୀ ଭାଇଙ୍କ ସହଭାଗିତାରେ ଛଚିଣା ପଞ୍ଚାୟତରେ ରବି ଫସଲ ବିଶେଷ କରି ମୁଗ, ବିରି ଫସଲ ଅମଳ ଉତ୍ସାହ ଜନକ ବୋଲି କହିବା ସହ ଆଗାମୀ ରବି ଋତୁର ଯଥେଷ୍ଟ ପୂର୍ବରୁ ଚାଷୀଙ୍କୁ ବିହନ, ଝଟକା ଯନ୍ତ୍ର ଓ ଅନ୍ୟାନ୍ୟ ଉପକରଣ ଯୋଗାଇ ଦିଆଯିବା ଦିଗରେ ଜିଲା କୃଷି ବିଭାଗ ଯନôବାନ ହେବାକୁ କହିଥିଲେ । ଶତାଧିକ ଚାଷୀ କ୍ଷେତ୍ର ଦିବସ ପାଳନ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ମତ ବିନିମୟ କରିଥିଲେ ।