ଜୁଲାଇ ପହିଲାରୁ ବଦଳିବ ପୁରୁଣା ଆଇନ୍ ; ଆଇପିସି,ସିଆରପିସି, ଏଭିଡେନ୍ସ ଘୋଷିବେ ପୁଲିସ ବାବୁ


ଭୁବନେଶ୍ୱର,୧୫ା୬ : ଜୁଲାଇ ପହିଲାରୁ ହଟିବ ୧୬୦ ବର୍ଷର ପୁରୁଣା ଆଇନ୍ । ଏହି ଆଇନ୍ ବଦଳିବା ପରେ ଏବେ ପୁଲିସ ଅଧିକାରୀ ଏବଂ କର୍ମଚାରୀଙ୍କ ମଧ୍ୟରେ ଭାଳେଣି ପଡିଲାଣି । ବିଶେଷ କରି ମାମଲା ରୁଜୁ କରୁଥିବା ଥାନା ଅଧିକାରୀ । ତାଙ୍କୁ ଟ୍ରେନିଂ ସମୟରେ ଯେଉଁ ଆଇପିସି, ସିଆରପିସି ଏବଂ ଏଭିଡେନ୍ସ ପାଠ ପଢାଯାଉଥିଲା, ସେହି ଅନୁସାରେ ଅଭିଯୋଗ ଦେଖି ସେମାନେ ମାମଲା ରୁଜୁ କରୁôଥିଲେ । କିନ୍ତୁ ଆସନ୍ତା ଜୁଲାଇ ପହିଲାରୁ ନୂଆ ଆଇନ୍ ଲାଗୁ ହେବା ପରେ କିଭଳି ମାମଲା ରୁଜୁ କରିବେ ତାହାକୁ ନେଇ ଅଡୁଆରେ ପୁଲିସ । କାରଣ ପୁରୁଣା ଆଇପିସିରେ ଥିବା ଦଫା ନୂଆରେ ସଂପୂର୍ଣ୍ଣ ଅଲଗା । କାରଣ ପୂର୍ବରୁ ହତ୍ୟା ପାଇଁ ଦଫା ୩୦୨ ଲାଗୁଥିବା ବେଳେ ତାହା ନୂଆରେ ତାହା ବଦଳି ଯାଇଛି । ବଳାକôାର ଠାରୁ ଆରମ୍ଭ କରି ଠକେଇ ଭଳି ଅନେକ ମାମଲାର ଦଫା ବଦଳି ଯାଇଛି । ତେଣୁ ପୁଲିସ ଚାକିରିରେ ଯୋଗ ଦେବା ପୂର୍ବରୁ ଟ୍ରେନିଂ ସମୟରେ ଆଇପିସି, ସିଆରପିସି ଏବଂ ଏଭିଡେନ୍ସ ପଢା ଯାଉଥିଲା । ଏବେ ପୁରୁଣା ଆଇନ୍ ବଦଳୁଥିବାରୁ ନୂଆ ଆଇନ୍ ଆସିବା ପୂର୍ବରୁ ସବୁ ପୁଲିସ ଅଧିକାରୀ ଏବଂ କର୍ମଚାରୀ ନୂଆ ଆଇନ୍ ପାଠ ପଢିବେ । ଯେଉଁମାନେ ଆଇନ୍ କାନୁନ ସହ ଜଡ଼ିତ ରହୁଥିଲେ ସେମାନେ ନୂଆ ଆଇପିସି, ସିଆରପିସି ଏବଂ ଏଭିଡେନ୍ସ ପାଠ ପଢିବେ ।
ସରକାରୀ ପିପି, ଆଇନିଜୀବୀ ମଧ୍ୟ ପଢିବେ: ନୂଆ ଆଇନ୍ ଜୁଲାଇରୁ ଲାଗୁ ହେବା ପରେ ସବୁ ସରକାରୀ ପିପି, ଆଇନିଜୀବୀମାନେ ମଧ୍ୟ ନୂଆ ଆଇନ୍ ପାଠ ପଢିବେ । କୋର୍ଟରେ ନୂଆ ଆଇନ୍ ଅନୁସାରେ ଦଣ୍ଡ ବିଧାନ ହେବ । ତେଣୁ ଆଇନ୍ ଲଢୁଥିବା ସରକାରୀ ପିପି ଏବଂ ଆଇନିଜୀବିମାନେ ଏହାକୁ ପାଠ କରିବେ । ଏପରିକି ଅନେକ ସିଆରପିସି, ଏଭିଡେନ୍ସ ଏବଂ ଆଇପିସି ବହି କଣିବାକୁ ବାଧ୍ୟ ।
‘ଲ’କଲେଜ ଲାଇବ୍ରେରୀ ବହି ଫିଙ୍ଗା ହେବ : ରାଜ୍ୟ ଏବଂ ରାଜଧାନୀରେ ଏକାଧିକ ‘ଲ’ କଲେଜ ରହିଛି । ସେଠାରେ ଲକ୍ଷାଧିକ ଟଙ୍କାରେ ବହି କିଣାଯାଇ ଲାଇବ୍ରେରୀରେ ରଖାଯାଉଥିଲା । କିନ୍ତୁ ନୂଆ ଆଇନ୍ ଆସିବା ପରେ ଛାତ୍ର,ଛାତ୍ରୀମାନେ ନୂଆ ଆଇନ୍ ପଢିବ । ତେଣୁ ଲାଇବ୍ରେରୀରେ ଥିବା ସବୁ ପୁରୁଣା ସିଆରପିସି, ଆଇପିସି ଏବଂ ଏଭିଡେନ୍ସ ବହି ଫିଙ୍ଗାଯିବ । ଆଇନ୍ ଛାତ୍ରଛାତ୍ରୀଙ୍କ ପାଠକ୍ରମ ବିଷୟ ମଧ୍ୟ ବଦଳି ଯିବ । ତେଣୁ ସେମାନେ ଏହି ନୂଆ ସିଆରପିସି,ଆଇପିସି ଏବଂ ଏଭିଡେନ୍ସ ପୁସ୍ତକ କିଣି ପଠିବେ । ଏପରିକି ପୁରୁଣା ଆଇନ୍ ପାଠ ପଢି ଅଧ୍ୟାପକ ହୋଇଥିବା ବ୍ୟକ୍ତିମାନେ ହଇରାଣ ହେବ । ନୂଆ ଆଇନ୍ ଦଫା ଏବଂ ତାହାର କାର୍ଯ୍ୟକାରୀତା ସମ୍ପର୍କରେ ଜାଣିନଥିବାରୁ ପିଲାଙ୍କୁ ପଢାଇ ପାରିବେ ନାହିଁ । ତେଣୁ ସେମାନେ ମଧ୍ୟ ଏହି ନୂଆ ଆଇନ୍କୁ ପଢିବାକୁ ବାଧ୍ୟ ହେବେ ।
ଚାଲିଥିଲା ୮୨ ବର୍ଷ ତଳର କଲୋନିଆଲ ନିୟମ ; ପୁଲିସରେ ଚାଲିଥିଲା ୮୨ ବର୍ଷ ତଳର କଲୋନିଆଲ ତଥା ଔପନିବେଶବାଦ ନିୟମ । ଦେଶ ସ୍ୱାଧୀନ ପୂର୍ବରୁ ୧୮୬୧ ମସିହାର ପୁଲିସ ଆକ୍ଟ ଅନୁସାରେ ୧୯୪୦ ମସିହାରେ ପ୍ରସ୍ତୁତ ହୋଇଥିବା ପୁଲିସ ମାନୁଆଲରେ କାର୍ଯ୍ୟ କରାଯାଉଛି । ବର୍ତ୍ତମାନ ପୁଲିସ ବ୍ୟବହାର କରୁଥିବା ଏସୟୁଭି, ସ୍କରପିଓ ଭଳି ବଡ ବଡ କାର ପରିବର୍ତ୍ତେ ଖଚର ତଥା ଛୋଟ ଘୋଡାର ବ୍ୟବାହାର କରିବାକୁ ପୁଲିସ ମାନୁଆଲରେ ରହିଛି । ଯାହା ଏବେବି କାର୍ଯ୍ୟକ୍ଷମ ଅଛି । ଏହି ମାନୁଆଲ ଅନୁଯାୟୀ ସବ୍-ଇନପେକ୍ଟରଙ୍କୁ ଏହି ଖଚରରେ ବସି ତଦନ୍ତ କରିବା ପାଇଁ ଯିବାକୁ କୁହାଯାଇଛି । ତଦନ୍ତକାରୀ ଅଫିସର ଏବଂ ଅପରାଧିକ ମାମଲାର ତଦନ୍ତ କରୁଥିବା ଇନସ୍ପେକ୍ଟରମାନଙ୍କୁ ବିଭିନ୍ନ ମାମଲାରେ ତଦନ୍ତପାଇଁ ଯାଉଥିବା ଖର୍ଚ୍ଚ ବାବଦକୁ ମାସିକ ୨୩ ଟଙ୍କା ଦେବାକୁ ମାନୁଆଲରେ ରହିଛି । 
 ରେଳ ବିଭାଗ ପରିଧିକକୁ ଗାଈ ପଶିଗଲେ ବାନ୍ଧିବାକୁ ନିୟମ: ପୁରୁଣା ପୁଲିସ ମାନୁଆଲରେ ରହିଛି ଏକ ଗାଈ ଯଦି ରେଳ ସମ୍ପତି ଅବା ରେଳ ବିଭାଗ ପରିଧି ମଧ୍ୟକୁ ଅନଧିକାର ପ୍ରବେଶ କରେ ତାକୁ ବାନ୍ଧି ରଖିବାକୁ ଏହି ମାନୁଆଲରେ କୁହାଯାଇଛି । ସେହିପରି ସଂକ୍ରାମକ ରୋଗ ହୋଇଥିବା ରୋଗୀଙ୍କୁ ଟ୍ରେନରୁ ବାହାର କରିଦେବା ପାଇଁ ମଧ୍ୟ ଏଥିରେ କୁହାଯାଇଛି । ଏହି ମାନୁଆଲ ଅନୁଯାୟୀ, କୌଣସି ଭୁଲ ପାଇଁ ଅଭିଯୁକ୍ତମାନଙ୍କୁ ଶାରିରୀକ ଦଣ୍ଡ ଦେବାକୁ ନିୟମ ରହିଛି, ଯାହା ଏବେ ମାନବ ଅଧିକାର ନିୟମର ଉଲ୍ଲଙ୍ଘନ କରୁଛି । ଏଭଳି ପୁରୁଣା ମାନୁଆଲରେ ଏକାଧିକ ତ୍ରୁଟି ରହିଥିଲା
ପୁରୁଣା ଦଫା ପାଇଁ ଦଣ୍ଡ ହାର କମୁଛି: ଏକାଧିକ ଅପରାଧିକ ମାମଲାରେ ପୁଲିସ ଦଣ୍ଡହାର ଆଖି ଦୃଷ୍ଟିଆ ନାହିଁ । ଜଣେ ଅପରାଧି ଅପରାଧ ଘଟାଇ ଜେଲ୍ ଯାଉଛି । କିନ୍ତୁ ପୁରୁଣା ମାନୁଆଲ ଅନୁସାରେ ଲଗା ଯାଉଥିବା ଦଫା ଅଭିଯୁକ୍ତ ପାଇଁ ପଯୁର୍ଯ୍ୟ ହେଉନି । ଯାହାଫଳରେ ଜଘନ୍ୟ ଅପରାଧ ପାଇଁ କୋହଳ ଦଫା ଲାଗୁଛି । ଯାହାଫଳରେ ଅପରାଧୀ ଜେଲ୍ ଯାଇ ସହଜରେ ଜାମିନ୍ରେ ପଳାଇ ଆସୁଛି । ଯାହାର ପ୍ରଭାବ ଦଣ୍ଡ ହାର ଉପରେ ପଡୁଛି । କିନ୍ତୁ ତାହା ଏହି ନୂଆରେ ସମ୍ଭବ ହେବ ନାହିଁ । ଅପରାଧ ପାଇଁ ଏଥିରେ କେଠାର ଦଣ୍ଡ ବ୍ୟବସ୍ଥା ରହିଛି ।