ପୁରାତନ ଛାତ୍ର ସଂସଦ ପକ୍ଷରୁ ସମ୍ବର୍ଦ୍ଧନା

 ବ୍ରହ୍ମବରଦା : ରସୁଲପୁର ବ୍ଲକ ବ୍ରହ୍ମବରଦା ହାଜିରହିମିଆଁ ସରକାରୀ ହାଇସ୍କୁଲର ପୁରାତନ ଛାତ୍ର ସଂସଦ ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଛି । ଏଥିରେ ୨୦୨୫-୨୬ଶିକ୍ଷା ବର୍ଷରେ ବାର୍ଷିକ ସାର୍ଟିଫିକେଟ ପରୀକ୍ଷାରେ ସର୍ବାଧିକ ନମ୍ବର ରଖି କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀଛାତ୍ରଙ୍କୁ ବିଦ୍ୟାଳୟର ପୁରାତନ ଛାତ୍ର ସଂସଦ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋରଞ୍ଜନ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ସଭାରେ ଅତିଥି ଭାବେ ପୁରାତନ ଛାତ୍ର ସଂସଦର ସଭାପତି ପଞ୍ଚାନନ ରାଉତ, ହେମନ୍ତ ସାହୁ, ରଶ୍ମିରଞ୍ଜନ ରାଉତ ପ୍ରମୁଖ ଯୋଗଦେଇ ଅମରଜିତ ନାୟକ, ପ୍ରତୀକ୍ଷା ଜେନା, ପ୍ରଜ୍ଞା ଜେନା ଓ ନସିରୁଦ୍ଦିନ ଖାଁଙ୍କୁ ପୁଷ୍ପଗୁଚ୍ଛ ମାନପତ୍ର ସହ ପ୍ରୋତ୍ସାହନ ରାଶି ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଶିକ୍ଷକ ବିଶ୍ୱବନ୍ଧୁ ଗିରି, ସତ୍ୟପ୍ରକାଶ ମିଶ୍ର, ମିତ୍ରଭାନୁ ନାୟକ, ସମିର କୁମାର ପରିଡ଼ା, ଲକ୍ଷ୍ମୀପ୍ରିୟା ନାୟକ, ସ୍ୱସ୍ତିତ ସାହୁ, ଶୁଭଶ୍ରୀ ସାହୁ, ଶକ୍ତିଶ୍ରୀ ପ୍ରିୟବାଦୀନି ଓ କର୍ମଚାରୀ ସନ୍ତୋଷ ପାଢୀ, କମଳା ବେହେରା ପ୍ରମୁଖ  ସହଯୋଗ କରିଥିଲେ । ଶିକ୍ଷୟିତ୍ରୀ ଶୁଭଶ୍ରୀ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଗୀତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।