ଟଙ୍କା ନଦେବାରୁ ୮୨ ବର୍ଷର ଜେଜେମାଙ୍କୁ ଆକ୍ରମଣ ; ଅଭିଯୁକ୍ତ ଗିରଫ


 ଭୁବନେଶ୍ୱର, ୧୫ା୪ : ନିଶା ଖାଇବା ପାଇଁ ଟଙ୍କା ନଦେବାରୁ ୮୨ ବର୍ଷର ଜେଜେମାଙ୍କୁ ମରଣାନ୍ତକ ଆକ୍ରମଣ । ଅଭିଯୋଗ ପରେ ଅଭିଯୁକ୍ତ ଅଭିନାଶ ବେହେରାକୁ ଗିରଫ କଲା ଲିଙ୍ଗରାଜ ଥାନା ପୁଲିସ । ପରେ ଥାନା କେସ ନମ୍ବର ୧୧୧ରେ ମାମଲା କରି ଦଫା ୪୨୭, ୩୪୧, ୩୨୩, ୫୦୬ ଆଇପିସି ଧାରାରେ କୋର୍ଟ ଚାଲାଣ କରାଯାଇଛି ।
 ସୂଚନାଯୋଗ୍ୟ ଯେ, ଅଭିଯୁକ୍ତ ଅଭିନାଶ ଜଣେ ହେଉଛି ଅସମାଜିକ ଯୁବକ । ସେ ସର୍ବଦା ନିଶାସକ୍ତ ଅବସ୍ଥାରେ ରୁହେ । ଗତ ରବିବାର ପଣାସକ୍ରନ୍ତି ଥିବାରୁ ରାତି ୮ଟା ସମୟରେ ତା ୮୨ ବର୍ଷର ଜେଜେମାଙ୍କୁ ନିଶା ସେବନ ପାଇଁ କିଛି ଟଙ୍କା ମାଗିଥିଲା । ହେଲେ ଜେଜେମାଙ୍କ ପାଖରେ ଟଙ୍କା ନଥିବାରୁ ସେ ଟଙ୍କା ଦେବାକୁ ମନା କରିଦେଇଥିଲେ । ଏଥିରେ ଅଭିଯୁକ୍ତ ରାଗିଯାଇ ସମସ୍ତ ଘରୋଇ ଉପକରଣ ବାହାରକୁ ଫିଙ୍ଗିବା ସହ ଅଭିଯୋଗକାରିଣୀ ଜେଜେମାଙ୍କୁ ଘରୁ ଟାଣି ଆଣି ମରଣାନ୍ତକ ଆକ୍ରମଣ କରିବା ସହ ହତ୍ୟା କରିବାର ଧମକ ଦେଇଥିଲା । ଫଳରେ ନାତିର ଆକ୍ରମଣରେ ବୃଦ୍ଧାଙ୍କ ମୁଣ୍ଡ, ମୁହ , ନାକ ଓ ଦେହରେ ଆଘାତ ଲାଗିଥିଲା । ଅଭିଯୋଗକାରିଣୀ ଜଣେ ୮୨ ବର୍ଷ ବୟସରେ ଜଣେ ବରିଷ୍ଠ ନାଗରିକ ହୋଇଥିବାରୁ ଅଭିଯୁକ୍ତର ଆଗାମୀ ଆକ୍ରମଣରୁ ବଞ୍ଚିବା ପାଇଁ ଏନେଇ ଲିଙ୍ଗରାଜ ଥାନାରେ ଅଭିଯୋଗ କରିଥିଲେ ବୃଦ୍ଧା । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରିବା ସହ ବୃଦ୍ଧାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଇଥିଲେ । ପରେ ଅଭିଯୁକ୍ତକୁ ଗିରଫ କରାଯାଇଛି ।