ଟାଟା ମେଡିକାରେ ସଫଳ ଟୋଟାଲଲା ପ୍ରୋସ୍କୋପିକ୍ହିଷ୍ଟେରେ କ୍ଟୋମି ଅସ୍ତ୍ରୋପଚାର
ାା ପ୍ରଭାନୁ୍ୟଜ ।ା କଳିଙ୍ଗନଗର: କଳିଙ୍ଗନଗର ସ୍ଥିତ ଟାଟାମେଡିକା ହସ୍ପିଟାଲ ଗର୍ଭାଶୟ ଫାଇବ୍ରୋଏଡ୍ ଓ ଏଡେନୋମାୟୋସିସ୍ରେ ପୀଡ଼ିତ ଦୁଇ ମହିଳା ରୋଗୀଙ୍କ ସଫଳ ଅସ୍ତ୍ରୋପଚାର କରାଯାଇଛି । ପ୍ରସୂତୀ ଓ ସ୍ତ୍ରୀରୋଗ ବିଭାଗର ଆସୋସିଏଟ୍ କନସଲଟାଣ୍ଟ ଡାକ୍ତର ବିବେକାନନ୍ଦ ରଥ ଏବଂ ତାଙ୍କ ଟିମଏହି ଅସ୍ତ୍ରୋପଚାର କରିଛନ୍ତି । ଶଙ୍ଖଚିଲାର ଜଣେ୪୧ବର୍ଷୀୟା ମହିଳା ତଳିପେଟରେ ଯନ୍ତ୍ରଣା ଅନୁଭବ କରୁଥିଲେ ।
ଟାଟା ମେଡିକା ହସ୍ପିଟାଲ ଡାକ୍ତରଙ୍କ ସହ ପରାମର୍ଶ ନେବା ପରେ ସେ ରକ୍ତ ପରୀକ୍ଷା ଏବଂ ଅଲଟ୍ରାସାଉଣ୍ଡ କରିଥିଲେ ଫଳରେ ତାଙ୍କର ଗର୍ଭାଶୟ ଫାଇବ୍ରୋଏଡ୍ ଥିବା ଜଣାପଡ଼ିଥିଲା । ସେହିପରି ଢେଙ୍କାନାଳ କାମାକ୍ଷାନଗରର ଅନ୍ୟ ଜଣେ ୪୦ବର୍ଷୀୟା ମହିଳା ଏକ ବର୍ଷରୁ ଅଧିକ ସମୟ ଧରି ତଳିପେଟରେ ପ୍ରବଳ ଯନ୍ତ୍ରଣା ଓ ରକ୍ତସ୍ରାବ ସମସ୍ୟା ସହ ସଂଘର୍ଷ କରୁଥିଲେ । ଡାକ୍ତରୀ ମାଇନା ପରେ ତାଙ୍କୁ ଆଡେନୋ ମାୟୋସିସ୍ ହୋଇଥିବା ଜଣାପଡ଼ିଥିଲା । ଉଭୟ ରୋଗୀ ସାଧାରଣ ନିଶ୍ଚେତକ ବିଭାଗ ଅଧୀନରେ ଟୋଟାଲଲା ପ୍ରୋସ୍କୋପିକ୍ ହିଷ୍ଟେରେ କ୍ଟୋମି କରାଯାଇଥିଲା । ଟୋଟାଲଲା ପ୍ରୋସ୍କୋପିକ୍ ହିଷ୍ଟେରେ କ୍ଟୋମି ମହିଳାଙ୍କ ଗର୍ଭାଶୟ ବାହାର କରିବା ପାଇଁ ଏକ ଅସ୍ତ୍ରୋପଚାର ପ୍ରକ୍ରିୟା ଅଟେ ଏହି ପ୍ରକ୍ରିୟା ମାଧ୍ୟମରେ ରୋଗୀ ଶରୀରରେ କ୍ଷୁଦ୍ର କ୍ଷତମାଧ୍ୟମରେ ଗର୍ଭାଶୟ ଏବଂ ସର୍ଭିସ୍କୁ ବାହାର କରାଯାଇଥାଏ । ଟାଟା ମେଡିକାର ହସ୍ପିଟାଲ ଡାକ୍ତର ବି.ରଥ ଓ ତାଙ୍କ ଟିମ୍ ସଫଳତାର ସହିତ ଏହି ଅସ୍ତ୍ରୋପଚାର କରିଥିଲେ ।