ଟ୍ରାଫିକ ନିୟନ୍ତ୍ରଣ ପାଇଁ ସଚେତନତା କର୍ମଶାଳା

 ପାରାଦୀପ : ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ କୁଜଙ୍ଗ, ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ପରିସରରେ ପାରାଦୀପ ଗଡ ପଞ୍ଚାୟତ ଓ ପ୍ରାକ୍ସିଅର୍ ଇଣ୍ଡିଆ ଲିମିଟେଡ କମ୍ପାନୀ ର ମିଳିତ ସହଯୋଗ  ତିନିଗୋଟି ସରକାରୀ ଉଚ୍ଚ ବିଦ୍ୟାଳୟ ର ୪୪ ଜଣ ସ୍କାଉଟ  ଓ ଗାଇଡ୍ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଟ୍ରାଫିକ ନିୟନ୍ତ୍ରଣ ନିମନ୍ତେ ସଚେତନତା କାର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଦୃତ ଶିଳ୍ପାୟନ ଫଳରେ ପାରାଦୀପ ଗଡ ପଞ୍ଚାୟତକୁ ସଂଯୋଗ କରୁଥିବା ସମସ୍ତ ଜାତୀୟ ଏବଂ ରାଜ୍ୟ ରାଜପଥ ସମେତ ପାରାଦୀପ ରେଳ ଲାଇନର ରଙ୍ଗିଆଗଡ ରେଳ ଷ୍ଟେସନ ଠାରେ ବ୍ୟାପକ ଜନଗହଳି   ଫଳରେ ସଡକ ଦୁର୍ଦ୍ଧଟଣା ଦିନକୁ ଦିନ ବଢିବାରେ ଲାଗିଛି । ଯାହାଫଳରେ ବହୁ ଲୋକେ ମୁଲ୍ୟବାନ ଜୀବନ ହରାଉଛନ୍ତି । ଏଥିସହ ନୀରିହ ବୁଲା ଗାଇଗୋରୁଙ୍କ ଜୀବନ ବିପଦରେ ରହୁଛି । ପଞ୍ଚାୟତର ବିଭିନ୍ନ ବଜାର, ଛକ ଓ ଭିଡ଼ ସ୍ଥାନ ମାନଙ୍କରେ ଜାନ ବାହନ ନିୟନ୍ତ୍ରଣ ଓ ପରିବେଶ ସୁରକ୍ଷା କରିବା ପାଇଁ ସ୍କାଉଟ ଓ ଗାଇଡ ଛାତ୍ର ଛାତ୍ରୀଙ୍କୁ ପ୍ରଶିକ୍ଷଣ ଦେବା ସହିତ ସେମାନଙ୍କୁ ଏପରି ଗୁରୁ ଦାୟିତ୍ୱ ପ୍ରଦାନ କରାଯାଇଛି । ତୈଳ ବିଶୋଧନାଗାରରେ କାର୍ଯ୍ୟରତ ପ୍ରାକ୍ସିଅର ଇଣ୍ଡିଆ ଲିମିଟେଡ଼କୁ ଚିଠି ଲେଖିଥିଲେ କ୍ଷ ଫଳରେ ସଂପୃକ୍ତ କମ୍ପାନୀ କତୃପକ୍ଷ ସରପଞ୍ଚ ଶ୍ରୀମତୀ ବେହେରାଙ୍କ ଅନୁରୋଧ ରକ୍ଷାକରି ସେମାନଙ୍କୁ ଆବଶ୍ୟକୀୟ ଉପକରଣ ଓ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ପ୍ରାକ୍ସିଅର ଇଣ୍ଡିଆ  କମ୍ପାନୀର ଏଚ. ଆର. ହେଡ୍  ରଞ୍ଜିତ କୁମାର ଜେନା ପ୍ରକାଶ କରିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ପାରାଦୀପ ନାଗରିକ ମଞ୍ଚ ସଭାପତି ବରିଷ୍ଠ ଆଇନଜୀବୀ  ସଞ୍ଜୟ କୁମାର ବେହେରା ପ୍ରମୁଖ ଯୋଗ ଦେଇଥିଲେ ।